ବିଚିତ୍ର ପ୍ରାଣୀ
ବିଚିତ୍ର ପ୍ରାଣୀ
କେବେ ସିଏ ପୂଜା ପାଏ
ସାଧୁତା ବେଶରେ ,
ସାରଥୀ ରୂପ ନେଇ ।
କେବେ ସିଏ ନୃତ୍ୟ କରେ
ଉଲଗ୍ନ ବେଶରେ ,
ଧର୍ମ ର ନାମ ଗାଇ ।।
କେବେ ସିଏ ଭଣ୍ଡ କରେ
ଚୋରି,ଠକାମି କରି ,
ମିଛ ପୂଜାରୀ ହୋଇ ।
କେବେ ସିଏ ଭିକ୍ଷା ମାଗେ
ଅଭିନୟଟେ କରି ,
ଧର୍ମର ଭାଗ୍ୟ କୁ ନେଇ ।।
କେବେ ସିଏ ଚାତକ ଶାଗୁଣା
ନିଜ ସ୍ୱାର୍ଥ ପାଇଁ ,
ଛଡାଏ ଅଧିକାର ।
କେବେ ସିଏ ମରୀଚିକା
ବିଶ୍ୱାସଘାତ କରେ ,
ନିଜ ପାଗଳ ପଣର ।।
କେବେ ସିଏ ଏତେ ସ୍ୱାର୍ଥପର
ଠକାମୀ କରି ,
ବଦଳାଏ ବିଚାର ।
କେବେ ସିଏ ହିଂସ୍ରର କୁକୁର
ନେଇଥାଏ ଜୀବଟା ,
ସେହି ମାନବର ।।
ମାନବ ଏକ ଶ୍ରେଷ୍ଠ ପ୍ରାଣୀ
କେମିତି ମାନିବା ,
ଦେଖୁ ଦେଖୁ ଏଇସବୁ ।
ମାନବ ଏକ ବିଚିତ୍ର ପ୍ରାଣୀ
କେମିତି କହିବା ,
ଏଇ ଦୁନିଆକୁ ।।
ଏବେ ବିଶ୍ୱାସ କରିବା କାହାକୁ
ପାପକୁ ନା ପୁଣ୍ୟକୁ ,
ଭାଗ୍ୟକୁ ନା କର୍ତ୍ତବ୍ୟକୁ ।
ଆମେ ବିଶ୍ୱାସ କରିବା କାହାକୁ
ଧର୍ମକୁ ନା କର୍ମକୁ ,
ଶ୍ରେଷ୍ଠକୁ ନା ବିଚିତ୍ରକୁ ।।