କଣ୍ଢେଇ
କଣ୍ଢେଇ
କଣ୍ଢେଇ ଟିଏ ଦେଖିଥିବ ବୋଧେ !
କେତେ ନିରୀହ ନିଶ୍ୱାସ ତା' ଜୀବନ ।
ଅଚଳ ତା' ଦେହ ;
କିନ୍ତୁ ନିର୍ମଳ ତା' ମନ ।।
କଣ୍ଢେଇ ଦେଖିଛ ଯଦି ,
କେବେ ପଢିଛ କି ତାର ମନ !
ହେଲେ ମୁଁ ଦେଖିଥିଲି ;
ଗୋଟେ କଣ୍ଡେଇ କୁ ।।
ମୋ ଆଖିର ଝରକା ପଟୁ ,
ଯେତେବେଳେ ଫେରୁଥିଲା ସିଏ ।
ପାଦର ପାଉଁଜି କୁ ଝମ୍ ଝମ୍ କରି ,
ମୋର ସ୍ୱନ୍ଦନ କରୁଥିଲା ଟିକ୍ ଟିକ୍
ଆଉ ଏ ମନ ଯାଉଥିଲା ଡରି ।
ସେଇ କଣ୍ଢେଇ କୁ ଦେଖି ;
ମୋର ଆଖି ଆସୁଥିଲା ଫେରି ।।
ଚୁଲବୁଲି ଚାହାଣୀରେ ଥିଲା ,
ତାର କଛି ଫିକା ପ୍ରେମର ହସ ।
ଆଉ ଆଖିରେ ଆଖିଏ ଲାଜ ;
ମନର ଲାଜରେ ପ୍ରେମିକାର ବେଶ ।।
ଛପି ଦେଖୁଥିଲି ତାର ହସକୁ,
ଲୁଚେଇ ଦେଉଥିଲା ସିଏ ମୁହଁ କୁ ।
ଆସୁଥାଏ ଧୀରେ ମୋରି ପଛରେ ;
ଫେରି ଯାଉଥିଲା ପୁଣି
ମୁଁ ଚାହିଁ ଦେଲେ ଥରେ ।।
କାଳେ ଭୁଲିଯିବ ବୋଲି ,
ସନ୍ଦେହ କରୁଥିଲା ମତେ ।
ଅଭିମାନ କରୁଥିଲା ସିଏ ;
ମିଛେ କହୁଥିଲା ତୁମେ କିଏ !।
ଚାହାଣୀରେ କହେ.. .... .
ମୁ ଯଦି ତୁମକୁ ପ୍ରେମ କରିବି
କାହିଁକିବା କରିବି ?
କେଉଁ ବିଶ୍ୱାସରେ କରିବି !
ଆଉ କେଉଁ ଭରସା ରେ କରିବି ?
ପଚାରେ .. .. ...
ସଞ୍ଜ ନଇଁଗଲା ପରେ
ଠାରି ସେ କହିଲା ଶୁଣିବ କି ଥରେ !
ମୋର ବି ଥିଲା ଚଗଲା ମନ ,
ବାସ୍ ଥରୁଟିଏ ତାକୁ ଦେଖିବା ପାଇଁ ।
ଆଉ ଚାଲି ଯାଉଥିଲି ତାରି ପାଖକୁ ;
କିଛିନା କିଛି ବାହାନା ବନେଇ ।
ସେଇ ଲାଜେଇ କଣ୍ଢେଇ ଦେଖିବା ପାଇଁ ।।