STORYMIRROR

କୋମଲକ୍ରିଷ୍ଣା ଅଶୋକ

Others

3  

କୋମଲକ୍ରିଷ୍ଣା ଅଶୋକ

Others

ଯନ୍ତ୍ରଣା

ଯନ୍ତ୍ରଣା

1 min
389


ମୁଁ ମଣିଷ ଟେ

ଚପଲ ପରି

କେତେ କଣ୍ଟା,ଗୋଡ଼ି, ବାଲିର

କଷ୍ଟ ସବୁ ସହିନିଏ

ପାଦକୁ ଆଦରି

ଅତି ଆପଣାର ଭାବି ।


ସେଇ ଅତି ଆପଣାର ଭିତରେ

ଯଦି କେହି ଆସିଯାଏ

କିଛି ଦାମିକିଆ ରୂପରେ

ମନର ଏକ ସ୍ୱାର୍ଥ ନେଇ

ସେଇ ଗୋଡ଼ର ସୁନ୍ଦରତା ପାଇଁ

ମତେ ଫିଙ୍ଗା ହୁଏ ଏଣେତେଣେ

ନାଳ ନର୍ଦ୍ଦମାରେ

କିଛି ସ୍ଥାନ,କାଳ, ପାତ୍ର ନଦେଖି ।।


ଆଜି ଇଛାହୁଏ

ହେଇଯିବା ପାଇଁ

ମଣିଷ ଟେ ଚପଲ ପରି

ମଧୁ ବାରିଷ୍ଟ୍ର ସମୟର

ଟିକିଏ ଖାଇଯା ଦେଖିଲେ

ପୋଡୁଥିଲେ ହଜାର ହଜାର ।।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍