Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କୋମଲକ୍ରିଷ୍ଣା ଅଶୋକ

Others

2  

କୋମଲକ୍ରିଷ୍ଣା ଅଶୋକ

Others

ମରଣ

ମରଣ

1 min
337



ଏମନ ଏମିତି ଡ଼ରୁଛି ତୁମକୁ ,

ଆଉ ଡରୁଛି ଏଇ ଆଖି ଲୁହ ।

କାହିଁକି ପଛରେ ଆସୁଅଛ ତୁମେ ;

ମତେ ଥରେ ଖୋଲି କହିଦିଅ ।।


ସପନ ତ କେବେ ବାସ୍ତବ ନୁହେଁ ,

ଆସି ଦୁଃଖ ଦବ ଖାଲି ମନେ ।

କେବେଠୁ ଅପେକ୍ଷା କରି ମୁଁ ବସିଛି ;

ସେ ରୂପ ତୁମର ଦେଖିବି ଦିନେ ।।


ତୁମ ରୂପ ବୋଧେ ଭାରି ଆକର୍ଷଣ ,

ମୋର ମନ ଦେଖିବାକୁ ଝୁରେ ।

ହେଲେ ସେ ଅପେକ୍ଷା ଭାରି କଷ୍ଟ ଦିଏ ;

ଖାଲି ଜଳି-ଜଳି ମରିବାରେ ।।


ତୁମ ପାଇଁ ଆଜି ଆଖିଲୁହ ସବୁ ,

ଓଠରେ ପଶୁଛି ଯାଇ ।

ଏତେ ଦିନଯାଏ ବଞ୍ଚି ମୁଁ ଆସିଲି ;

ତୁମରି କଳ୍ପନା ନେଇ ।।


ତୁମରି ଛଳନା ସହି ମୁଁ ପାରେନା ,

ନୀତି ଭାବି-ଭାବି ଝରେ ଲୁହ ।

କାହିଁକି ପଛରେ ଆସୁଅଛ ତୁମେ ;

ମତେ ଥରେ ଖୋଲି କହିଦିଅ ।।

  



Rate this content
Log in