ସେଇ ବୃକ୍ଷ
ସେଇ ବୃକ୍ଷ
କେତେ ନିର୍ମଳରେ
କେତେ ସରଳରେ
ରଖି କୋଠରରେ ତାର ବୁକ ।
ଫୁଲ,ଫଳ ସହ
ସୁଗନ୍ଧ କୁ ଆଣି
ଦେଇ ଥାଏ କେତେ ସୁଖ ।।
ବୃକ୍ଷ ବିନା ଯେ ପ୍ରାଣୀର ମଙ୍ଗଳ
ହୋଇଯାଏ ଆହାକାର ,
ମନ କଥା ମନେ ରଖି ଏ ମାନବ
କାଟୁଅଛି ବୃକ୍ଷ ହୋଇ ନିଷ୍ଠୁର ।
ସବୁ ଦେଖୁଥାଏ ସବୁ ଶୁଣୁଥାଏ
ହେଲେ କହିପାରେନା ସେ କଥା,
ସବୁ ଜାଣିଥାଇ ଏଇ ନିର୍ଦୟ ମାନବ
ବୁଝେନା ବୃକ୍ଷର ବ୍ୟଥା ।
ଦେଉଥାଏ ଫୁଲ ଦେଉଥାଏ ଫଳ
ଆଉ ଦେଉଥାଏ ସିଏ ଛାଇ ,
ତାର ଫୁଲର ସୁଗନ୍ଧେ ଚହଟେ ଦୁନିଆ
ଥକୁଆ ବାଟୋଇଟେ ଯାଏ ରହି ।
ତାର ବି ଥାଏ ବଞ୍ଚିବାର ଆଶା
ଆମେ ଦେଉ ନାହୁଁ ସେଇ ସ୍ୱାଧୀନ,
ମନରେ ତ ତାର ସୁଜିଜ୍ଞାସା
କରେ ନାହିଁ କେବେ ଅଭିମାନ ।
ଗରିବ ସେବାରେ ଆସି ସିଏ ନୀତି
ଶେଷେ ହୋଇଯାଏ ଚୁଲି ଜଳନ ,
ଆମ ପାଇଁ ତାର ନିଷ୍ଠାପ୍ରେମ ଏତେ
ପ୍ରାଣ ଯିବା ଯାଏ କରେ ସେବନ ।
ମୁଁ ତ ମାନବ ମୋ ଠାରେ ହେଲେ
ରହିଅଛି ଭରି କେତେ ଯେ ସ୍ୱାର୍ଥ ,
ତଥାପି ମନରେ ଚେଷ୍ଟା କରଇ
ଜାଣେ ଯେବେ ସେଇ ବୃକ୍ଷ ନିସ୍ୱାର୍ଥ ।
ତାହାରି କାର୍ଯ୍ୟରେ ନଥାଏ ତ ସ୍ୱାର୍ଥ
ଧନ୍ୟ ତା' ନିସ୍ୱାର୍ଥ ଜୀବନ ,
କେବଳ ଜନ୍ମେ ସେ ପ୍ରାଣୀଙ୍କର ପାଇଁ
ବୃକ୍ଷ ସେଇ ମୂଲ୍ୟବାନ ।
ଧନ୍ୟରେ ମାନବ ତୋ ଜୀବନ
ଧିକାର ତୋର ସ୍ୱାର୍ଥ ପଣ ।।