ବଡ଼ ଠାକୁର
ବଡ଼ ଠାକୁର
ହେ ଈଶ୍ୱର . .!! !
ତୁମେ ଜଗତର ବଡ଼ ଠାକୁର
ବିଜେ କରିଅଛ ବଡ଼ ସିଂହାସନେ ,
ଲାଗୁଅଛ ସତେ କେଡେ ସୁନ୍ଦର ।
ଲୀଳାରେ ଯେ ତୋର ଥାଏ କପଟ
ଜାଣି ପାରେନାହିଁ ମିଛ ସଂସାର ,
ବୋଲାଇ ଅଛ ଯେ, ଜଗତ ପାଳକ
କରିଅଛ ପୁଣି ସଭିଙ୍କୁ ଆତୁର ।
ଅଦ୍ ଭୁତ ତମେ,ତମ ଲୀଳା ବି ଅଦ୍ ଭୁତ
ତା'ଠାରୁ ବିଚିତ୍ର ଏଇ ସଂସାର ,
ସହସ୍ର ତୋ ବାହୁ,ମସ୍ତକ ବି ସହସ୍ର
ଆଉ ସହସ୍ର ଯେ, ତୁମ ମନ୍ଦିର ।
ପତିତ ପାବନ ଉଡାଇ ତ ଅଛ
ପତିତ ଉଧାର ପାଇଁ ,
ନାହିଁ ଏଜଗତେ,ନାହାନ୍ତି ବ୍ରହ୍ମାଣ୍ଡେ
ତୁମ ପରି ଆଉ କେହି ।
ନନ୍ଧିଘୋଷେ ତମେ କରି ଅଛ ବିଜେ
ନିବାରଣେ ଆମ ଦୁଃଖ ,
ପେଟ ପୁରି ଯାଏ ଗରିବର ପରା
ଚାହିଁଦେଲେ ତୋର ମୁଖ ।
ତୁମେ ହିଁ ସ୍ରଷ୍ଟା,ତୁମେ ହିଁ ସୃଷ୍ଟି
ତୁମେ ହିଁ ପାଳକ ସୃଷ୍ଟିର ,
ସେଥିପାଇଁ ପରା ଜଗତର ଲୋକେ
ଡାକନ୍ତି ତୁମକୁ ବଡ଼ ଠାକୁର ।