STORYMIRROR

କୋମଲକ୍ରିଷ୍ଣା ଅଶୋକ

Tragedy

3  

କୋମଲକ୍ରିଷ୍ଣା ଅଶୋକ

Tragedy

ଡାହାଣୀ

ଡାହାଣୀ

1 min
417

ସ୍ୱାମୀ ଠାରୁ ମାଡ଼-ଗାଳି ଖାଇ

ଶାଶୂ ଠାରୁ ଗଞ୍ଜଣା ଶୁଣି

ଆଉ ଏଇ ସମାଜ ଠାରୁ

କୁସଂସ୍କାର ର ମାଳଟିକୁ ପିନ୍ଧି

କେତେ ଆଉ ସହୁଥିବ ତମେ


ସତରେ କଣ ବାଧେନାହିଁ ତମକୁ

ତେବେ ଡେରି କାହିଁକି

ଆଜି ହେଇଯାଅ "ଡାହାଣୀ"ଟେ

ହଁ ହଁ ଡାହାଣୀ ଟିଏ ,

ତମେ ଦେଖିବ

କେହି ମାଡିବେନି ପାଖକୁ ତମର


ଆଉ ପଚାରିବେନି କେହି 

ଯୌତୁକ ବାବଦରେ କିଛି ପ୍ରଶ୍ନ

ଆଉ ନଚେଇବେନି ତୁମକୁ କେହି

ନିଜ ଇଚ୍ଛାରେ-ଇସାରାରେ

ନିଜର ସେଇ ହିଂସ୍ର ସ୍ୱାର୍ଥତା ପାଇଁ


ଆଉ କରିବେନି ଚେଷ୍ଟା ମାରିବାକୁ ତମକୁ

ଛଳନା, ବାହାନାର ଚକ୍ରାନ୍ତ କରି

ସେଇ ମା,ଝିଅ,ଭଉଣୀ ଙ୍କ ଭଳି

ଆଉ ରହିବାକୁ ପଳିବନି ତମକୁ ନିରବରେ

ଖୋଲା ସ୍ଥାନରେ ଜଳି-ଜଳି


ଏବେ ହେଇପାରେ

ଏଇ ସମାଜ ତମକୁ

ପସନ୍ଦ କରିବ ଆଉ ଆଦରି ନେବ ବୋଧେ

ଗଣଦୁଷ୍କର୍ମ ସବୁ , କିଛିଟା କମିଯିବ ,

ଏଥର ତମକୁ ଟିକେ ମୁକ୍ତି ମିଳିବ ବୋଧେ

ହଁ ଖାଲି ଫରକ୍ ଟା କେବଳ ଏତକ ଯେ ,

ତମେ ଏଥରକ ଦାନ୍ତକୁ ରଗଡି-ରଗଡି ବାଣ୍ଟିବ

ସ୍ନେହ ,ପ୍ରେମ ,ଦୟା ,କ୍ଷମା ଆଉ ବାତ୍ସଲ୍ୟ ସବୁ


ମୋ ମା' ଆଉ କରେନି ଲୋ ଅପେକ୍ଷା

ତମକୁ ଆଉ ମିଳିବନି ସଠିକ୍ ନ୍ୟାୟ

କେମିତି ଆଉ ମିଳନ୍ତା ତମକୁ ନ୍ୟାୟ

ସେଇ ସବୁତ କେବେଠୁ ହେଇସାରିଛି

ସେଇ ଟଙ୍କାର ମାଧ୍ୟମରେ

ବାକି ଥିଲା ଖାଲି ,ତମ ଆତ୍ମାର ଯନ୍ତ୍ରଣା ପାଇ

ଜଳି ଯାଇଥିବା ରକ୍ତର ସନ୍ଧାନଟେ ପାଇଁ

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy