ସବୁ ସହେ ବୋଲି
ସବୁ ସହେ ବୋଲି
ମୁ ଶାନ୍ତ ବୋଲି
ମତେ କୁହନ୍ତି ଏଠି
ଅତି ଭକ୍ତି ଚୋରର ଲକ୍ଷଣ !।
ମୁ ପ୍ରତ୍ୟକ କଥା କୁ
ନିସନ୍ଦେହର ନିରବରେ ଆଦରି ନିଏ ବୋଲି
ମତେ କୁହନ୍ତି ଏଠି
ଓଃ ଏତେ ଗର୍ବ ଅମାନ୍ୟ !
ମୁ ପ୍ରତ୍ୟକ ମୁହୂର୍ତ୍ତ ର
ସ୍ପର୍ଶ ସବୁକୁ ପାଇବାକୁ ଚାହେଁ ବୋଲି
ମତେ କୁହନ୍ତି ଏଠି
ହେ କି ବେକାରିଆ ପିଲାଟିଏ !
ମୁ ଥୁଣ୍ଟା ଗଛଟିଏ ବୋଲି
ମତେ ମାଟି କହେ ଆଜି
ମୁ ଅଛି ବୋଲି ତୁ ଅଛୁ , ନହେଲେ
ପବନ କେବେଠୁ ମାରିସାରନ୍ତାଣି ତତେ !।
ମୁ ମନେ ମନେ ଟିକେ ଭାବେ
ଓଃ ଲଙ୍ଗଳ ଟା କାଠରେ ତିଆରି ବୋଲି ମାଟିର ଏତେ ଗର୍ବ
ହେଲେ ମାଟି ବି ଭୁଲି ଯାଇଛି ଯେ ,
ଲଙ୍ଗଳ ର ଆଗ ମୁହଁରେ ଲୁହାଟିଏ ଲାଗିଥାଏ ବୋଲି ।
ଆଉ ଯଦି ଏକଥାଟି କହିଦିଏ ତାକୁ !
ନା ନା ବିଚରାଟି କୁ ବହୁତ ବାଧିବ ନିଶ୍ଚୟ !
କିଛି କଥା ହୃଦୟ ଭିତରେ ସମାଧି ନେଇଯିବା ଭଲ ।
ସେମାନଙ୍କ ମତେ ବହୁତ କିଛି କୁହନ୍ତି
ହେଲେ ମୁଁ ସହିନିଏ ନିରବରେ
ବିଚିତ୍ର ନ ହୋଇ , ମଣିଷର ଭାବନାରେ ।
ତଥାପି ସେମାନେ ଆଉ ବହୁତ କିଛି କୁହନ୍ତି
ଏବେ ମତେ ବହୁତ ବାଧେ !
ଆଉ ମୁଁ ଆଖିର ଭିତର ଦେଇ ଭାବେ ;
ଯଦି ଆଜି ବାପା ଥାଆନ୍ତେ ,
ହୁଏତ ମୁ ଆଜି ଅପଠିତ ହୋଇ ଥାଆନ୍ତି ପଛକେ ;
ହେଲେ ଏଇଭଳିଆ ସବୁ କଥା ଶୁଣିବାକୁ ପଳନ୍ତାନି ମତେ ।
ଏମିତି କହିଦେବି ବୋଲି ଖାଲି ଭାବେ !
କିନ୍ତୁ ମୁ ଅସହାୟ ମଣିଷ ଟେ ବୋଲି
ନିରବରେ ଆକାଶ କୁ ଚାହିଁ ବାପାଙ୍କୁ ମନେ ପକାଏ ,
ଆଖି ଦୁଇଟିକୁ ଛଳ ଛଳ କରି !