STORYMIRROR

କୋମଲକ୍ରିଷ୍ଣା ଅଶୋକ

Classics

3  

କୋମଲକ୍ରିଷ୍ଣା ଅଶୋକ

Classics

ବଡ଼ ଠାକୁର

ବଡ଼ ଠାକୁର

1 min
410


ହେ ଈଶ୍ୱର

ତୁମେ ଜଗତର ବଡ଼ ଠାକୁର

ବିଜେ କରିଅଛ ବଡ଼ ସିଂହାସନେ

ଲାଗୁଅଛ ସତେ କେଡେ ସୁନ୍ଦର


ଲୀଳାରେ ତୋର ଥାଏ କପଟ

ଜାଣି ପାରେନାହିଁ ମିଛ ସଂସାର

ବୋଲାଇ ଅଛ ଯେ, ଜଗତ ପାଳକ

କରିଅଛ ପୁଣି ସଭିଙ୍କୁ ଆତୁର


ଅଦ୍ ଭୁତ ତମେ ତମ ଲୀଳା ବି ଅଦ୍ ଭୁତ

ତା'ଠାରୁ ବିଚିତ୍ର ଏଇ ସଂସାର ,

ସହସ୍ର ତୋ ବାହୁ,ମସ୍ତକ ବି ସହସ୍ର

ଆଉ ସହସ୍ର ଯେ, ତୁମ ମନ୍ଦିର


ପତିତ ପାବନ ଉଡାଇ ତ ଅଛ

ପତିତ ଉଧାର ପାଇଁ ,

ନାହିଁ ଏଜଗତେ,ନାହାନ୍ତି ବ୍ରହ୍ମାଣ୍ଡେ

ତୁମ ପରି ଆଉ କେହି


ନନ୍ଧିଘୋଷେ ତମେ କରି ଅଛ ବିଜେ

ନିବାରଣେ ଆମ ଦୁଃଖ

ପେଟ ପୁରି ଯାଏ ଗରିବର ପରା

ଚାହିଁଦେଲେ ତୋର ମୁଖ


ତୁମେ ହିଁ ଶ୍ରଷ୍ଟା,ତୁମେ ହିଁ ସୃଷ୍ଟି 

ତୁମେ ହିଁ ପାଳକ ସୃଷ୍ଟିର

ସେଥିପାଇଁ ପରା ଜଗତର ଲୋକେ

ଡାକନ୍ତି ତୁମକୁ ବଡ଼ ଠାକୁର

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics