STORYMIRROR

KAMAKSHYA PRASAD BEHERA

Action Inspirational

3  

KAMAKSHYA PRASAD BEHERA

Action Inspirational

ବିବଶତା

ବିବଶତା

1 min
172


ସପନେ ଦେଖିଲି  ଅପରୂପା କାହିଁ,

ଦୁଆରେ ଦେଖିଲି ନଵୀନାକୁ ଚାହିଁ ।


ସେଇ ଓଠ ସେଇ ମୁଖ ପରିଭାଷା,

ସେଇ ଚାଲି ବୁଲି ସ୍ଵଳପ ବୟସା ।


ବିଜୁଳି ଚମକେ ହସରେ ତାହାର ,

କହୁଛି ଖାଇବା କିଛି ଦରକାର ।


ପଛକୁ ପଛ ଯେ ରମଣୀ ରତନ,

ଝିନ ଵସନରେ ପଡ଼ି ନାହିଁ ମ୍ଲାନ।


କାହାକୁ କାଖରେ କାହାକୁ ବେକରେ

କାହାକୁ ପିଠିରେ ଏକ ଏକ ଧରେ।


ସକଳ କୁହନ୍ତି ବାସହରା ଆମେ,

ଲାଗିଯିବୁ ତୁମ ଥିବା ଗୃହ କାମେ।


ନ ନବୁ ସମ୍ପତ୍ତି ଉଦରରେ ଶାନ୍ତି,

ହେବୁ ତୁମ ସୁଖ ସଂସାର ପୀରତି।


ଏତେ ବୋଲେ ରାତି ହେଲାପଥ ଭ୍ରାନ୍ତି

ଖବରକାଗଜ ବିକାଳି ଡାକନ୍ତି।


ନିଦ ଭାଙ୍ଗିଗଲା ନଜର ପଡିଲା,

ୟୁକ୍ରେନ ଯୁଦ୍ଧର ଖବର ତତଲା।


ଛାଡୁଛନ୍ତି ବାସ ଜୀବନ ବିକଳେ,

ନାରୀଙ୍କ ଇଜ୍ଜତ ଯିବ ରସାତଳେ।


କିଏସେ ରଖିବ ସୁନ୍ଦରୀ ଯୁବାଙ୍କୁ,

ସ୍ବପ୍ନ ହୋଇଥିଲା ବୋଧେ ତେଣୁ ତାଙ୍କୁ ।


ରଖ ରଖ ବୋଲି ଅରକ୍ଷ ଦଳଙ୍କୁ,

ନିଵେଦୁଛି ପ୍ରାଣ ଜଗତ ନାଥଙ୍କୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action