STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Fantasy

4  

ପ୍ରିୟଦର୍ଶିନୀ ମହାନ୍ତି

Fantasy

ବହୁ ପ୍ରତିକ୍ଷାର ଅନ୍ତ

ବହୁ ପ୍ରତିକ୍ଷାର ଅନ୍ତ

1 min
398


ଶୀତର ସେ ସ୍ପର୍ଶ ମାତ୍ରେ

ଧରଣୀ ମା ହୋଇଉଠେ ଶିହରିତ

ନୂଆ ପୁଲକରେ କୋଣେ ଅନୁକୋଣେ

ହୋଇଉଠେ ରୋମାଂଚିତ।


ଟୋପା ଟୋପା ଶିଶିର ବିନ୍ଦୁ,

ସିକ୍ତ କରି ପକାଏ,

ଘାସର ନରମ ଗାଲିଚାକୁ

ଖୁବ ଆବେଗର ସହ ,

ଧରିଣୀ ଆଘ୍ରାଣ କରେ,

ଶୀତର ସାନିଧ୍ୟକୁ ।


ଶୀତୁଆ ସକାଳର,

କଅଁଳିଆ ସୁନେଲି ତିର୍ଯ୍ୟକ ଖରା,

ଧରିଣୀ ମା' କୁ ଚୁମିଦିଏ,

ମୁଣ୍ଡରୁ ତଳି ପା ଯାଏ

ଘୋଡାଇ ଦେଇ ଉଷ୍ମତାର ଚଦର,

ପ୍ରଚଣ୍ଡ ଶୀତରୁ ଆଶ୍ୱାସନା ଦିଏ ।


କୁହୁଡି ପରସ୍ତ ତଳେ

ଅଳସ ଭାଙ୍ଗି ଆଖି ମିଟିକା ମାରି,

ଲୁଚକାଳି ଖେଳେ ବସୁମାତା

ଚପଳ ଶୈଶବ ପରି

ବହୁ ପ୍ରତିକ୍ଷାର ଅନ୍ତ ପରେ

ଶୀତ ଆସିଛି ମିତ ବସିବାକୁ

ତା'ର ହାତ ଧରି ।


ବସୁଧା ତନୁକୁ ଶାନ୍ତ କରନ୍ତେ

ଶୀତ ଆଉ ଗ୍ରୀଷ୍ମଢାଳି 

ଦିଅନ୍ତି ସମଭାବରେନିଜର କୃପାବାରି

ଶୀତର କାକର ଛିଟା

ଧରଣୀ ବୁକୁରେ ପଡି

ଭ୍ରମ ଜାତ କରେ

ସତେକି ବର୍ଷା ଯାଇଛି ଝରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy