ବହୁ ପ୍ରତିକ୍ଷାର ଅନ୍ତ
ବହୁ ପ୍ରତିକ୍ଷାର ଅନ୍ତ
ଶୀତର ସେ ସ୍ପର୍ଶ ମାତ୍ରେ
ଧରଣୀ ମା ହୋଇଉଠେ ଶିହରିତ
ନୂଆ ପୁଲକରେ କୋଣେ ଅନୁକୋଣେ
ହୋଇଉଠେ ରୋମାଂଚିତ।
ଟୋପା ଟୋପା ଶିଶିର ବିନ୍ଦୁ,
ସିକ୍ତ କରି ପକାଏ,
ଘାସର ନରମ ଗାଲିଚାକୁ
ଖୁବ ଆବେଗର ସହ ,
ଧରିଣୀ ଆଘ୍ରାଣ କରେ,
ଶୀତର ସାନିଧ୍ୟକୁ ।
ଶୀତୁଆ ସକାଳର,
କଅଁଳିଆ ସୁନେଲି ତିର୍ଯ୍ୟକ ଖରା,
ଧରିଣୀ ମା' କୁ ଚୁମିଦିଏ,
ମୁଣ୍ଡରୁ ତଳି ପା ଯାଏ
ଘୋଡାଇ ଦେଇ ଉଷ୍ମତାର ଚଦର,
ପ୍ରଚଣ୍ଡ ଶୀତରୁ ଆଶ୍ୱାସନା ଦିଏ ।
କୁହୁଡି ପରସ୍ତ ତଳେ
ଅଳସ ଭାଙ୍ଗି ଆଖି ମିଟିକା ମାରି,
ଲୁଚକାଳି ଖେଳେ ବସୁମାତା
ଚପଳ ଶୈଶବ ପରି
ବହୁ ପ୍ରତିକ୍ଷାର ଅନ୍ତ ପରେ
ଶୀତ ଆସିଛି ମିତ ବସିବାକୁ
ତା'ର ହାତ ଧରି ।
ବସୁଧା ତନୁକୁ ଶାନ୍ତ କରନ୍ତେ
ଶୀତ ଆଉ ଗ୍ରୀଷ୍ମଢାଳି
ଦିଅନ୍ତି ସମଭାବରେନିଜର କୃପାବାରି
ଶୀତର କାକର ଛିଟା
ଧରଣୀ ବୁକୁରେ ପଡି
ଭ୍ରମ ଜାତ କରେ
ସତେକି ବର୍ଷା ଯାଇଛି ଝରି।
