STORYMIRROR

Shashanka sekhar Ray

Tragedy

3  

Shashanka sekhar Ray

Tragedy

ଭ୍ରୁଣର ବିଳାପ

ଭ୍ରୁଣର ବିଳାପ

1 min
268


ଫୁଲଟିଏ ଫୁଟିବା ଆଗରୁ

ଛିଡାଇ ନିଅନା ତାର କଢି

ସବୁ ବୁଝି ପୁଣି ଅବୁଝା

କାହିଁକିରେ ମୂଢ ମଣିଷ 

ଫୁଲ ଥିଲେ ସିନା ଫଳ

ସୃଷ୍ଟି ହୋଇବ ତ୍ ଅସମ୍ଭାଳ

ଘୋଟିଲାଣି କି ତୁମକୁ କାଳ 

ବିନା ନିଆଁରେ ତୁମେ ନିତି ଜଳ

କଂସ ଠାରୁ ତୁମେ ଆହୁରି ଭୟାନକ 

ଦେଖାଇ ଦିଅନି ବାହାରର ଆଲୋକ 

ଅନ୍ଧାରିଆ କୋଠରୀରେ ଶ୍ଵାସରୁଦ୍ଧ କର

କି ଦୋଷ ଅବା କରିଥିଲି ମୁଁ ତୁମର ।


ଦୁଇଟି ଦେହର ଅମୃତ ମିଳନେ

ମୁଁ କଣ ବିଷ ଫଳ

କୁନ୍ତୀମା ମୋତେ ପାରିଲାନି ମାରି

ହୃଦୟ ଟି ଥିଲା ତାର କୋମଳ 

କୁମାରୀ ମାତୃତ୍ଵ ବରି ନେଇଥିଲା 

ସମୟର ଇଶାରାରେ

ଜୀବନ ପ୍ରତୀକ୍ଷାରେ କାଳଜୟୀ ସେ

ସମାଜର ଅନ୍ୟାୟକୁ ଧ୍ଵଂସ କରିବାରେ

ନିଆଁରେ ଜାଣିଶୁଣି ମାରିଲେ ହାତ

ପୋଡିଯିବାଟା ତ୍ ସୁନିଶ୍ଚିତ

ବିନା ଅସ୍ତ୍ରେ ବିନା ଶବ୍ଦେ ବିନା ରକ୍ତେ

ମାରିପାର ତୁମେ ଅକ୍ଳେଶେ

ଦେଖି ମୋର ଛବି ପରଦାରେ

କାହିଁକି ଆହୁତି ଦିଅ ମୋତେ

ତୁମ ନିଜ ସ୍ଵାର୍ଥଯଜ୍ଞ ହୋମରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy