ଭ୍ରୁଣର ବିଳାପ
ଭ୍ରୁଣର ବିଳାପ
ଫୁଲଟିଏ ଫୁଟିବା ଆଗରୁ
ଛିଡାଇ ନିଅନା ତାର କଢି
ସବୁ ବୁଝି ପୁଣି ଅବୁଝା
କାହିଁକିରେ ମୂଢ ମଣିଷ
ଫୁଲ ଥିଲେ ସିନା ଫଳ
ସୃଷ୍ଟି ହୋଇବ ତ୍ ଅସମ୍ଭାଳ
ଘୋଟିଲାଣି କି ତୁମକୁ କାଳ
ବିନା ନିଆଁରେ ତୁମେ ନିତି ଜଳ
କଂସ ଠାରୁ ତୁମେ ଆହୁରି ଭୟାନକ
ଦେଖାଇ ଦିଅନି ବାହାରର ଆଲୋକ
ଅନ୍ଧାରିଆ କୋଠରୀରେ ଶ୍ଵାସରୁଦ୍ଧ କର
କି ଦୋଷ ଅବା କରିଥିଲି ମୁଁ ତୁମର ।
ଦୁଇଟି ଦେହର ଅମୃତ ମିଳନେ
ମୁଁ କଣ ବିଷ ଫଳ
କୁନ୍ତୀମା ମୋତେ ପାରିଲାନି ମାରି
ହୃଦୟ ଟି ଥିଲା ତାର କୋମଳ
କୁମାରୀ ମାତୃତ୍ଵ ବରି ନେଇଥିଲା
ସମୟର ଇଶାରାରେ
ଜୀବନ ପ୍ରତୀକ୍ଷାରେ କାଳଜୟୀ ସେ
ସମାଜର ଅନ୍ୟାୟକୁ ଧ୍ଵଂସ କରିବାରେ
ନିଆଁରେ ଜାଣିଶୁଣି ମାରିଲେ ହାତ
ପୋଡିଯିବାଟା ତ୍ ସୁନିଶ୍ଚିତ
ବିନା ଅସ୍ତ୍ରେ ବିନା ଶବ୍ଦେ ବିନା ରକ୍ତେ
ମାରିପାର ତୁମେ ଅକ୍ଳେଶେ
ଦେଖି ମୋର ଛବି ପରଦାରେ
କାହିଁକି ଆହୁତି ଦିଅ ମୋତେ
ତୁମ ନିଜ ସ୍ଵାର୍ଥଯଜ୍ଞ ହୋମରେ ।
