Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mahendra Kumar Swain

Classics Fantasy

4.0  

Mahendra Kumar Swain

Classics Fantasy

ଭ୍ରମଣ

ଭ୍ରମଣ

1 min
335



ଇଛା ମୋର ଅଛି ବୁଲିବା ପାଇଁକି

ଦୁନିଆର ପ୍ରତି କୋଣ

ପୂର୍ବଠୁ ପଶ୍ଚିମ ଉତ୍ତରୁ ଦକ୍ଷିଣ

ପ୍ରତି କୋଣ ଅନୁକୋଣ ।


ବୁଲିଯିବି ମୁହିଁ ସବୁ ସେଇ ଜାଗା

ଯାହା ସ୍ୱପ୍ନେ ଦେଖିଅଛି

ସ୍ୱପ୍ନେ ଦେଖିଥିବା ସବୁ ଜାଗାକୁ ତ

ବୁଲିବାକୁ ଇଛା ଅଛି ।


ସବୁ ବିଷୟରେ ଜାଣିବାକୁ ମନେ

ବହୁ ଇଛା ମୋର ଅଛି

ଯାଇ ସେ ସ୍ଥାନକୁ ଦେଖିବି ତାହାକୁ

ମନରେ ଆଶା ଭରିଛି ।


ପ୍ରାଣ ଥିବା ଯାଏ ଶରୀରରେ ମୋର

କିଛି ସ୍ଥାନ ବୁଲିଯିବି

ପ୍ରତ୍ୟେକ ସ୍ଥାନର ସ୍ମୃତିକୁ ହୃଦୟେ

ମୋହର ତ ସାଇତିଵି ।


ସବୁ ସ୍ଥାନ ବୁଲି ଶେଷ ସମୟ ମୋ

ପୁରୀରେ ମୁଁ ପହଁଚିବି

କାଳିଆର ସେବା କରିବି ଶେଷରେ

ଜୀବନ ମୋ ସାରିଦେବି ।


ଇଛା ମୋ ରହିଛି ଏଇ ସ୍ଵପ୍ନ ଦିନେ

ପୂରଣ ନିଶ୍ଚେ କରିବି

ଇଛା ଥିବା ସବୁ ସ୍ଥାନକୁ ଯେ ଦିନେ

ଦିନେ ତ ଦେଖି ଆସିବି ।


ଭ୍ରମଣରେ ଯେଉଁ ଖୁସି ରହିଅଛି

ଅନ୍ୟ କେଉଁଥିରେ ନାହିଁ

ଯେଉଁ ଶାନ୍ତି ଏହିଥିରେ ଯେ ମିଳିବ

ତାହାର ତୁଳନା କାହିଁ ।


ନୂଆ ଜାଗା ନୂଆ ଦେଶ ରାଜ୍ୟ ସବୁ

ଭ୍ରମଣ ଯେ କରୁଥିବି

ନୂଆ ନୂଆ କଥା ନୂଆ କିଛି ଭାଷା

ସବୁବେଳେ ଶିଖୁଥିବି ।


ପୁରୁଣା ଜିନିଷ ପୁରୁଣା ମନ୍ଦିର

ବୁଲିକି ମୁଁ ଦେଖୁଥିବି

ଭ୍ରମଣ ସାଥିରେ ନୂଆ କିଛି କଥା

ଶିଖିବାକୁ ଯେ ପାଇବି ।


ଯେଉଁ ଦିନ ଯାଏଁ ଶରୀର ଭିତରେ

ବଳ ମୋର ରହିଥିବା

ସେତେଦିନ ଯାଏଁ ଭ୍ରମଣ ନିଶା ମୋ

ପାଦରୁ କେବେ ନ ଯିବ ।


ଇଛା ତ କରିଛି ବୁଲିଯିବା ପାଇଁ

ଆରମ୍ଭ ଦିନେ କରିବି

ଦୁନିଆର ସବୁ କୋଣ ଅନୁକୋଣ

ବୁଲି ମୁଁ ଦିନେ ଆସିବି ।


Rate this content
Log in

Similar oriya poem from Classics