କୁମୁଦ
କୁମୁଦ
ସୁଦୂର ଆକାଶେ
ଜହ୍ନ ଉଁଇ ଆସେ
ତାରା ଫୁଲ ନେଇ
କୁସୁମ ବରଷେ
କେତେ ସ୍ୱପ୍ନ ନେଇ
ଜୋଛନା ପରସେ
ସୁନେଲି ଆଳୁଅ
କେଡେ ଶୁଭ୍ର ଦିଶେ
ଆକାଶ ର କୋଳେ
ନିତି ସିଏ ହସେ
କୁମୁଦ କୁ ଚାହିଁ
ସ୍ୱପ୍ନ କେତେ ଦେଖେ
ସୁଖ ର ସୌଧ କେତେ ତୋଳି ଦେଖେ
ଆଶା ନିରାଶା ର ବନ୍ଧନ ଭିତରେ
କେବେ ହସେ ପୁଣ
କାନ୍ଦେ ସେ ନିରଶେ
ନୀଳ କୁମୁଦ ର କୁହୁକ ଚାହାଣୀ
କେବେ ଆନମନା କରିଦିଏ ପୁଣି
ସପନ ସବୁ କୁ ସାଉଁଟି ସାଉଁଟି
ନିତି ହଜିଯାଏ ଆକାଶ ର ବୁକେ
ଜହ୍ନ ର ଜୋଛନା ତଥାପି ଝଲସେ
କୁମୁଦିନୀ ମନ ପୁଲକେ ହରଷେ
ତଥାପି ସେ ପ୍ରେମ ମଉଳେ ନି କେବେ
ପ୍ରୀତି ର ଫଗୁଣ ନିତି ସେ ଝଲସେ
ନିଶୁନ ରାତି ରେ ଜହ୍ନ ଯେବେ ଆସେ l