ଭୋକ
ଭୋକ
ଭୋକ
ଖୋଜୁଛି ଭାତ
ଭୋକ
ଟ୍ରେନ ତଳେ ବୁଜୁଳାଏ ମାଂସ
ପୋଲିସ୍ ମାଡ଼ରେ
ଭୋକର
ରକ୍ତ ପିଉଛି ରାସ୍ତା।
ଭୋକ ମରି ପଡିଛି
ଷ୍ଟେସନରେ
ମଲା ମାଆକୁ ଡାକୁଛି
ଆଉ ଜଣେ
ଅବୋଧ ଭୋକ।
ଭୋକକୁ
ଗାଁ ଶ୍ମଶାନ ପର କରିଛି
ଭୂତାଣୁ କୋଳେଇ ନେଇଛି ଯେଣୁ
ଅଜଣା ମଶାଣୀ
ଥକିତ ପୋଡି ପୋଡି
ତାର ବି ତ
କୋମଳ ଛାତିଟେ ଅଛି!
ପଙ୍ଗପାଳର ମଧ୍ୟ
ପୋଡୁଛି ପେଟ
ବସ୍ ଓଲଟି ମରୁଛି ଭୋକଟେ
ଆଖିରେ ତା ଭାତ ଛବି
ଖୋଜୁଛି ସ୍ୱର୍ଗର ଠିକଣା
ତାକୁ ସ୍ୱର୍ଗ ଦ୍ୱାର ମନା।
ସମୟ ଛାତିକୁ
ଫଟାଇ
ବହୁଛି
ଭୋକର ଦାଦନ ନଈଟେ
ସମୟ ଇତିହାସ ସ୍ଥାଣୁ।
ଅସହାୟ ଈଶ୍ୱର
ବିଜ୍ଞାନ
ଏବଂ
ଆସ୍ଫର୍ଦ୍ଧା
ତେବେ ବି
ଜିଭକଟା ହୁଏ !!
