STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଭୋକ

ଭୋକ

1 min
160


ଭୋକ

ଖୋଜୁଛି ଭାତ

ଭୋକ

ଟ୍ରେନ ତଳେ ବୁଜୁଳାଏ ମାଂସ

ପୋଲିସ୍ ମାଡ଼ରେ

ଭୋକର

ରକ୍ତ ପିଉଛି ରାସ୍ତା।


ଭୋକ ମରି ପଡିଛି 

ଷ୍ଟେସନରେ

ମଲା ମାଆକୁ ଡାକୁଛି

ଆଉ ଜଣେ

ଅବୋଧ ଭୋକ।


ଭୋକକୁ

ଗାଁ ଶ୍ମଶାନ ପର କରିଛି

ଭୂତାଣୁ କୋଳେଇ ନେଇଛି ଯେଣୁ

ଅଜଣା ମଶାଣୀ 

ଥକିତ ପୋଡି ପୋଡି 

ତାର ବି ତ

କୋମଳ ଛାତିଟେ ଅଛି!


ପଙ୍ଗପାଳର ମଧ୍ୟ

ପୋଡୁଛି ପେଟ

ବସ୍ ଓଲଟି ମରୁଛି ଭୋକଟେ

ଆଖିରେ ତା ଭାତ ଛବି

ଖୋଜୁଛି ସ୍ୱର୍ଗର ଠିକଣା

ତାକୁ ସ୍ୱର୍ଗ ଦ୍ୱାର ମନା।


ସମୟ ଛାତିକୁ

ଫଟାଇ

ବହୁଛି

ଭୋକର ଦାଦନ ନଈଟେ

ସମୟ ଇତିହାସ ସ୍ଥାଣୁ।


ଅସହାୟ ଈଶ୍ୱର

ବିଜ୍ଞାନ

ଏବଂ

ଆସ୍ଫର୍ଦ୍ଧା

ତେବେ ବି

ଜିଭକଟା ହୁଏ !!





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy