ଭିଟାମାଟି
ଭିଟାମାଟି
ଭିଟାମାଟି ଛାଡି
ଆସିଥିଲି ଧାଇଁ
ପାରିବାର ପେଟ
ପୋଷିବାର ପାଇଁ।
ଯେଉଁ ମାଟି ବଳେ
ଥିଲି ବଡ଼ ହୋଇ
ଦାଦନ ଖଟିଲି
ତାକୁ ଭୁଲିଯାଇ।
ପାରିବାର ନେଇ
ଆସିଥିଲି ଚାଲି
ଦି ଓଳି ଦି ମୁଠା
ମିଳିଯିବ ବୋଲି।
କରୋନା ଆସିଲା
ତାଲା ପଡିଗଲା
ସବୁ ଆଶା ମୋର
ଆଶାରେ ରହିଲା।
ସଞ୍ଚିଥିବା ଧନ
ସବୁଗଲା ସରି
ମୁଣ୍ଡରେ ପଡିଲା
ଚଡକଟେ ପରି।
ବାଧ୍ୟ ହେଲି ମୁହିଁ
ପାଦେ ଚାଲିବାକୁ
ସ୍ତ୍ରୀ ପିଲା ସାଙ୍ଗେ
ରାସ୍ତା ମାପିବାକୁ।
ନାହିଁ ଏଠି ସିନା
ମୋ କର୍ମଯୋଜନା
ମନ ମୋର ସେଠି
ହେଲା ଆନମନା।
ଯେଉଁ ଭିଟାମାଟି
ଦେଇଥିଲି ଛାଡି
ସେଇଠି ଫେରିକି
ରହିଲି ମୁଁ ପଡି।
କିପରି ପୋଷିବି
ପରିବାର ପେଟ
କରିଲାଣି ମତେ
କେତେ ହାଟନାଟ।
ଘାରିଲାଣି ଚିନ୍ତା
ମରିଲାଣି ଆଶା
ଅସ୍ଥାୟୀ ଡାଳରେ
ବାନ୍ଧିଛି ମୁଁ ବସା।