ଭିନ୍ନତାର ଗାଥା
ଭିନ୍ନତାର ଗାଥା
କରିଛି ଉନ୍ନତି ମାନବ
ଶୁଣୁଛି ହେତୁ ପାଇଲା ପରୁ ,
ନ ଥିଲା ତ ଦୁନିଆଁ ଏପରି ଆଗରୁ ।
ଏ ଉନ୍ନତି ବିଜ୍ଞାନର
ଅବା ,
ଜନ ସମାଜ ଚଳଣିର ,?
ଯନ୍ତ୍ରପୁଞ୍ଜ କରେ ବିମୁଖ ଶ୍ରମ କାର୍ଯ୍ୟରୁ,
ଯେଣୁ ଉଭୁରି ପାରୁନି ଅଚିହ୍ନା ରୋଗରୁ।
ମନେପଡେ ସ୍ମୃତି ପୂର୍ବ ଶତକର,
ନ ଥିଲା ତ ଅସ୍ତିତ୍ବ ଚଳମାନ ଦୁରଭାଷର।
ଆମୋଦ ଦେଇଛି ତଥାପି,
ଯୁଗ ସେ ଅନ୍ତର୍ଦେଶିୟ ପତ୍ରର ।
ହାସ୍ୟ ଉଛୁଳେ ଓଠେ ଡାକବାଲା ଘଣ୍ଟି ଶୁଣି,
ଫୁଟିଉଠେ ଛବି ନୀଳ କାଗଜେ,
ଆକାଂକ୍ଷିତ ସ୍ୱପ୍ନ ବୁଣି।
ସତ୍ୟ ପ୍ରକାଶେ ହଳଦିଆ ଟିକି କାଗଜଟି,
ପ୍ରେରିତ ସ୍ଥାନର।
ହୋଟେଲରେ ବସି,, ମୋବାଇଲ୍ ଫୋନ କହେ,
କାର୍ଯ୍ୟ ବ୍ୟସ୍ତ ଅଫିସର।
ପ୍ରେମୀ ଯୁଗଳଙ୍କ ଅବ୍ୟକ୍ତ ଖୁସି,
ଚିଠି ପଢିବା, ଲେଖିବାର ନିଆରା ଆନନ୍ଦ ,
ଆଧୁନିକ ମାଧ୍ୟମ ପୁରା ନେଇଛି ଶୋଷି।
ନଥିଲା ଯେ ପୁଣି,
ଫ୍ରିଜ୍, ଏ ସି ଓ କୁଲର୍,
ତଥାପି ହୋଇଛି ସୁଭୋଗ୍ୟ
ସୁଖ ସବୁ ଋତୁର ।
ଥିଲା ତାର ସଠିକ ଆନୁପାତିକ ପ୍ରଭାବ
ଏ ମହୀ ଉପର ।
ଏ ମେଦିନି ଥିଲା ଶୀତଳ,
ଶାନ୍ତ ସ୍ୱଚ୍ଛ ଅଥଳ ପାରାବାର।
ବିସ୍ମୃତି ଯାଇଛି ସେ ଯୁଗ,
ଯନ୍ତ୍ରାଭାବରେ ସୌଖ୍ୟାଭାବ
ଏ ଯୁଗ ଜନର ।
ଏ.ସି, ମୋବାଇଲ ବିନା ଅଚଳ
କୈଶୋର ଜୀବନ ଆଜିର।
ଥରାଏ ଭିତେ ନୂତନ ଏ ବିଷୟ,
ବିଶ୍ଵତାପନ ଯୋଗୁଁ ବସୁଧା ଅଥୟ ।
ଶ୍ରେଷ୍ଠ ପ୍ରାଣୀର ଏ ପ୍ରତକ୍ଷ କୃୃତ,
ଯା ଲାଗି ଅତିଷ୍ଠ ମୂକ ପ୍ରାଣୀ ଜଗତ ।
ହେ ଯୁବାଜନ ,
ଅଜ୍ଞାନକୁ ଫେଡି ଜ୍ଞାନକୁ ଗୋଟାଅ
ସୌଖ୍ୟ ଛାଡି କର ଶରୀର ଚଳନ,
ପଲିଥିନ୍ କରି ବର୍ଜନ
ଗଢ ଜଙ୍ଗଲ ବନ ।
ଜଳ କର ସଂରକ୍ଷଣ,
ପ୍ରସାର ଜୈବିକ ସାରର ଚଳନ ।
ନଚେତ୍ ହେବ ଦୁର୍ବିସହ
ଆଗାମୀ ସଂସାର କ୍ଷଣ କ୍ଷଣ ।
