STORYMIRROR

Mallika singh

Action

4  

Mallika singh

Action

ଭିଜା ମାଟିର ବାସ୍ନା

ଭିଜା ମାଟିର ବାସ୍ନା

1 min
286


ଆଷାଢ଼ ଛୁଇଁଲା ମେଘ ବରଷିଲା

ଭିଜା ଭିଜା ମାଟି ବାସ୍ନା

ବିନ୍ଦୁ ବିନ୍ଦୁ ଜଳ ନଭୁ ଛୁଏଁ ତଳ

ମେଣ୍ଟଇ ଚାତକ ତୃଷ୍ଣା ।


ଅତୀବ ଦାରୁଣ ନିଦାଘ କଷଣ

ଶୁଖି ଫାଟି ଥିଲା ମାଟି

ବରଷା ପରଶେ ନବ ଯଉବନେ

ଫୁଲି ଉଠେ ମାଟି ଛାତି ।


ଉପଶମ ହୁଏ ନିଦାଘ କଷଣ

ଶୀତଳ ସମୀର ଛୁଆଁ

ଭିଜା ମାଟି ବାସ୍ନା ଆକାଶ କୁ ଛୁଏଁ

ଚପଳା ଛାତିରେ ନିଆଁ।


ଖଣ୍ଡ ଖଣ୍ଡ ଘନ ବଉଦ ଆକାଶେ

କେକୀ ନାଚେ ପୁଚ୍ଛ ଟେକି

ମନରେ ଖେଳଇ ଅପୂର୍ବ ଉନ୍ମାଦ

ପୀରତି ପୀୟୂଷ ମାଖି ।


ପ୍ରସବିତ ହୁଏ ସପନର ବୀଜ

ସବୁଜ ସୁନ୍ଦର ବନ

ନାନା ଜାତି ଫୁଲ ଫୁଟେ ଉପବନେ

ପ୍ରଜାପତି କିଣେ ମନ ।


ଭିଜା ମାଟି ଗନ୍ଧ ଭୁ ରୁ ଭୂରୁ ବାସ୍ନା

କୃଷକ ର ମନ ଟାଣେ

କାଳିଆ ବଳିଆ ଯୋଚି ଲଙ୍ଗଳ ରେ

ମାଟି ଚଷି ଧାନ ବୁଣେ ।


ମାଟି ପାଣି ମିଶି ହୁଅଇ କାଦୁଅ

ପଙ୍କେ ଧାନ ବେଉଷଣ

ମାଟିରେ ଫୁଟଇ ସୁନାର ଫସଲ

ମାଟିତ ଅମୂଲ ମୂଲ। 


ଗିରି ଶିଖର ରୁ ଝରି ଆସେ କ୍ରମେ

ଶ୍ରାବଣ ର ସିକ୍ତ ଧାରା

ନଦୀ ନାଳ କୂପ ହୁଏ ପୂର୍ଣ୍ଣ ଗର୍ଭା

ଜଳମୟ ଦିଶେ ଧରା ।


Rate this content
Log in

Similar oriya poem from Action