ଭଗ୍ନ ସହର
ଭଗ୍ନ ସହର
ଯୌବନରୁ ସାଇତି ରଖିଥିବା ସ୍ମୃତି ସବୁ
କେତେ ତୋଳି ଥିଲା ସ୍ୱପ୍ନର ସହର,
ସବୁ ସୁଖ ଦୁଃଖର କାହାଣୀରେ
କେତେ ରଚିଥିଲା ପୁସ୍ତକ ଗଳ୍ପର ,
ମିଛି ମିଛିକା ବୋହୂଚୋରି ଖେଳରେ
କେତେ କଳ୍ପନାରେ ତୁମେ ଥିଲ ବର,ମାତ୍ର,
ବାସ୍ତବତା ର ରୂପ ରେଖରେ ଉଭେଇ ଗଲା
ସେ ସାଧା କାଗଜରେ ଅଙ୍କିତ ପ୍ରେମ ଚିତ୍ର,
ଧୋଇ ହୋଇଗଲା ସ୍ୱପ୍ନ ସାଗର କୂଳରେ
ତୋଳିଥିବା ସେହି ବାଲିଘର,
ହଁ ପାଣି ଫୋଟକା ଭଳି ଫାଟିଗଲା
ଏକ ଅନୁଭବ ର ସହର।

