ଭଦ୍ରମୁଖା
ଭଦ୍ରମୁଖା
ଭଦ୍ରମୁଖା ତଳେ ଅଭଦ୍ର ବୁଲନ୍ତି,
ଦୁନିଆକୁ ଧର୍ମ ବାଣୀତ ଶୁଣାନ୍ତି ।
ପର ଧନ ପର ନାରୀରେ ଯା ଆଖି,
ଅନ୍ୟର ତିଅଣେ ଆଖି ଯାଏ ତାଙ୍କ ଲାଖି ।
କାମ ଥିଲେ କରନ୍ତି ମୋର ମୋର,
କାମ ସରିଗଲେ ନୁହନ୍ତି ସେ କାହାର ।
ଅନ୍ୟାୟ ଅନୀତି ଦେଖୁଥିବେ ନିତି,
ପାପ କାମ କରି ବୋଲାନ୍ତି କେତେ ଯେ ସତୀ ।
ପର ଚର୍ଚା ପରର ଯେତେ ଅମଙ୍ଗଳ ଲାଗି,
ଦୁନିଆ ଯାକର କୁସଙ୍ଗୀଙ୍କୁ ମେଳାନ୍ତି ଡାକି ।
ମିଶୁ ଲୋକଙ୍କର ଦେହ ଏ ଦେଶ ମାଟିରେ,
ଧନ ପାଇଁ ଚଢ଼ିଯିବେ ଏମାନେ ତାଙ୍କରି ପିଠିରେ ।
ଠାକୁର ବାକୁର ସବୁଙ୍କୁ ପକଟରେ ଧରି,
ପର ଲାଗି ଗାତ ଖୋଲିବାକୁ ବୁଲନ୍ତି ଘିରି ଘିରି ।
ଭଦ୍ର ଲୋକଟିଏ ଏଠି ନିତି ଉପେକ୍ଷିତ ହୁଏ,
ଅଧର୍ମୀ କିନ୍ତୁ ଯଶ ସଂମ୍ମାନ ଅନେକ ଯେ ପାଏ ।