ଭାଙ୍ଗିଲେ ଗୃହ ବୈକୁଣ୍ଠ
ଭାଙ୍ଗିଲେ ଗୃହ ବୈକୁଣ୍ଠ
"ଘରଣୀ ଅସୁନ୍ଦର ବୋଲି ତୋତେ
ମାଡୁଛିକି ଲାଜ
ମାତ୍ର ଯେବେ ଗୁଣ ଅଛି ରୂପରେ କି
କାର୍ଯ୍ୟ" ।
ମନରେ ନାହିଁକି ଫକିର ମୋହନଂକର
ଏ ଅମର ବାଣୀ
ଭାଙ୍ଗୁଛ ଗୃହକୁ ନାକଟେକା ମୁହଁମୋଡା,
କର କେତେ ଟିପ୍ପଣୀ ।
କଅଣ ପାଇବ କୁହ କହି ବ୍ୟଙ୍ଗକଥା
ପୁଣି ମୁହଁମୋଡା
ଫୁସୁରୁ ଫାସର, କାନରେ ଅଧର କୁବାକ୍ୟ
ଅବାକ୍ୟ ଫୋଡା।
ଚରିତ୍ର ଥରେ ନଷ୍ଟ ହେଲେ ଆଉ କେବେ
ଫେରେ ନାହିଁ
ମନକୁ ଯେତେ ଚେଷ୍ଟା କଲେ ପରିବର୍ତ୍ତନ
ତ ହୁଏ ନାହିଁ ।
ସ୍ୱର୍ଗ ପରି ଘରକୁ ଭାଙ୍ଗି ଦେଲେ ସମସ୍ତେ
ଭୋଗନ୍ତି କଷ୍ଟ
ଜୀବନ ସାରା ଯନ୍ତ୍ରଣା ଭୋଗିବ ଭାଙ୍ଗିଲେ
ଗୃହ ବୈକୁଣ୍ଠ ।
ସଭିଏଁଟି ବୋଲାଇବେ ଭଦ୍ର, ତୁମେ ଏକା
ଅଭଦ୍ର ଓ ସଂସାର ଦ୍ରୋହୀ,
ମନର ଦୁଶ୍ଚିନ୍ତା ନଦେବ ରଖେଇ, ଥୁଆଇ,
ଖୁଆଇ, ପିଆଇ, ଶାନ୍ତିରେ ରହିବ ନାହିଁ ।
ହେଜ ମନେ, ବାଟେ ଘାଟେ ଯିବା, ହେବ
ଦୁରୁହ ବ୍ୟାପାର
ତାକୁ ସାମନା କରିବାକୁ, ସାମର୍ଥ୍ୟ ଯାହା
ଲୋଡ଼ା, ଅଛିକି ତୁମର ।
