ଭାବର ଠାକୁର
ଭାବର ଠାକୁର
ନମସ୍ତେ ନମସ୍ତେ ପ୍ରଭୁ ଭକତ ବତ୍ସଳ
ଭକତେ ତାରିବl ପାଇଁ ବିଜେ ନୀଳାଚଳ ।
ଭକତ ର ଭାବେ ସଦା ତୁମ୍ଭେ ବିଦ୍ୟମାନ
ଭକତ ଜନ ଙ୍କୁ କର ସୁଗତି ପ୍ରଦାନ ।
ଭାବର ଠାକୁର ତୁମେ ଭକତର ଭାବ
ଘେନି ନିତି ନିତି ଫଳ ଦିଅ ଅଭିନବ ।
ବଡ ଦେଉଳରେ ବିଜେ କରି ରହି ଅଛ
ଦରଶନ ଦେଇ ନିତି ଭକତେ ତାରୁଚ ।
ଯେଉଁ ଭାବେ ଯିଏ ଭଜେ ଯେପରି ତୁମକୁ
ସେହି ପରି ଫଳ ନିତି ଦେଉ ଅଛ ତାକୁ ।
ଜୟ ଜୟ ଜଗନ୍ନାଥ ଭକତ ଆରତ
ଦୁଃଖ ,ଶୋକ ,ତାପ ,କଷ୍ଟ ,ନାଶ ଅବିରତ ।
ନମସ୍ତେ ନମସ୍ତେ ପ୍ରଭୁ ଜଗତ ଈଶ୍ୱର
ପୂଜା ପାଉ ଅଛ ନିତି ରହି ଶ୍ରୀ ମନ୍ଦିର ।
ପ୍ରତି ବର୍ଷ ହୁଏ ନାନା ଜାତ ମଉଛବ
ରଥ ଯାତ୍ରା ସବୁ ଠାରୁ ଅଟେ ସୁପ୍ରସିଦ୍ଧ ।
ଭକତ ଜନ ଙ୍କୁ ତୁମ୍ଭେ ଦେଇ ଦରଶନ
ନାଶି ଥାଅ ତାଙ୍କ ପାପ ,ତାପ ,ଦୁଃଖ,ତମ ।
ଜୟ ଜୟ ଜଗନ୍ନାଥ ଭକତ ଜୀବନ
ଭକତ ଜନ ଙ୍କ ହିତେ ରତ ଅନୁ କ୍ଷଣ ।
ସଂସାର ,ଜଞ୍ଜlଳ ,ଲୋଭ ,ଇର୍ଷା ,ମାୟା ,ମୋହ
ବିନlଶି ଭକତ ଜନେ ଦେଉଛ ଅଭୟ ।
ଦିବ୍ୟ ଭାବେ ଭକ୍ତି ପୂତ କର ମନ ପ୍ରାଣ
ମହା ପ୍ରଭୁ ତୁମ୍ୱେ କର ଭକତ କଲ୍ୟାଣ ।
ଭକତର ମନ ପ୍ରାଣ ଭକ୍ତି ରସେ ଭରି
ନିରନ୍ତର ସୃଜୁ ଅଛ ଆନନ୍ଦ ଲହରୀ ।
