STORYMIRROR

Sambit Srikumar

Romance Classics Inspirational

3  

Sambit Srikumar

Romance Classics Inspirational

ବେରଙ୍ଗୀ

ବେରଙ୍ଗୀ

1 min
146


ଆଜି କାହିଁ ଲାଗେ ଫିକାଫିକା

ଏଇ ସପ୍ତରଙ୍ଗୀ ଇନ୍ଦ୍ରଧନୁ

କିଏ ଅବା ସତେ ସବୁ ରଙ୍ଗ

ଚୋରାଇ ନେଇଛି ମୋର ମନୁ??

ସୁନୀଳ ଆକାଶେ ମେଘ ମହ୍ଲାର

ମନ ସାଗରେ ଉଠେ ବାରମ୍ବାର

ଅସୁମାରି ଆଶାର ଉତ୍ତାଳ ଜୁଆର

ଭାଙ୍ଗିଯାଏ ଚୁନା ଚୁନା ବାଲିଘର!!

ବାରେ ଲାଗିଲେ ରଙ୍ଗ ଯୌବନର

ସବୁ ରଙ୍ଗ ଲାଗଇ ଧୂସର ପାଣ୍ଡୁର

ନୟନେ ଭାସଇ ଛବି ପ୍ରେୟସୀର

ଲବଣାକ୍ତ ଜଳ ବି ଲାଗେ ମଧୁର!!

ଅନାଗତ ଭବିଷ୍ୟର ଅନାହୁତ ସ୍ବର

ଶ୍ରବଣ ମାତ୍ରକେ ମୁହିଁ ହୁଏ ଆନମନା

ମନ ପ୍ରାଣ ଆତ୍ମା ହୁଅଇ ଅଧୀର

ଲଭିବାକୁ ପ୍ରୀତିସ୍ପର୍ଶ ପ୍ରେୟସୀର!!

ଜାଣେନା ମୁଁ କେବେ ଅବା ହୋଇବ

ଦୁହିଁଙ୍କ ସାକ୍ଷାତ ଚାରି ଚକ୍ଷୁର ମିଳନ

ମନେ ସୃଷ୍ଟି ହୁଏ ଭାବାନ୍ତର ଉଦବେଳନ

ବଡ଼ ଦାରୁଣ ଏଇ ଦୂରତ୍ବ ବିରହ ଜ୍ୱଳନ!!

ନିର୍ବାସିତ ଯକ୍ଷ ସମ ମୁହିଁ ଝୁରି ମରେ

ବିରହର ଦାବାନଳେ ଦୂର ପ୍ରବାସରେ

ପ୍ରେୟସୀ ମୋ ରହିଅଛି ଚାହିଁ ଆତୁରେ

ତା'ର ଜରାଜୀର୍ଣ୍ଣ ପର୍ଣ୍ଣ କୁଟୀରରେ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance