STORYMIRROR

puja pradhan

Comedy Children

3  

puja pradhan

Comedy Children

ବେଙ୍ଗୁଲି ନାନୀକୁ ଜର

ବେଙ୍ଗୁଲି ନାନୀକୁ ଜର

1 min
256

କେଁ କଟର, କେଁ କଟର ଛାଡ଼ଇ କିଏ ରଡ଼ି

   ଦେଖିଲା ସୁନି ବେଙ୍ଗୁଲି ନାନୀ ପଡିଛି ମୁଁହ ମାଡି

ବରଷା ବେଳେ କୁଆଡେ ହୋଇ ଯାଉଛୁ ତର ବର

  କହିଲା ନାନୀ ବୁଝିଲୁ ସୁନି ରାତିରୁ ମୋତେ ଜର

ଜରରେ ପରା ଦେହଟା ମୋର ଯାଉଛି ଖାଲି ଥରି

 କିକଥା ତୋତେ କହିବି ଆଉ ହେଲାଣି ଭାରୀ ଡେରି

ହନୁଅଜା ଙ୍କୁ କହିବି ଜାଇ ଔଷଧ କିଛି

   ଦିଅ ହେ ଅଜା ମୋତେ ଖାଇବା ପାଇଁ

ଆର ଗାଁକୁ ଜାଇ ଥିଲି ହେ ଅଜା

    ଗୀତ ଟିଏ ଗାଇବାକୁ

ମୋ ଗୀତ ଶୁଣି ନାଚିଲେ ଭାଲୁ

   ନାଚେ ଗଧୀଆ ଭାଇ

ହାତୀତ ଶୁଣ୍ଡ ହଲେଇ ନାଚେ

    ତା, ଥେଇକି ଥେଇ

ନାଚର ତାଳେ କମ୍ପିଲା ଗାଁ

   କମ୍ପିଲା ବିଲବାଡ଼

ମୟୂର ନାନୀର ନାଚରେ

   ପୁଣି ଆସିଲା ବରଷା ଝଡ଼

ପୋଖରୀ ହୁଡ଼ା ସାରୁ ବାଡ଼ରୁ

   ଆସିଲେ ମୋର ମିତ

ମିତଙ୍କ ସାଙ୍ଗେ ନୂଆଁ ପୁରୁଣା

   ଗାଇଲି କେତେ ଗୀତ

ଝୁମି ଝୁମିକା ଗାଇ ଗାଇ ମୁଁ

   ସ୍ୱର ମୋର ବସି ଗଲା

ସେହି ଶୀତଳ ଥଣ୍ଡା ପାଣିରେ

  ଦେହଟି ବିଗିଡି ଗଲା

କି କଷ୍ଟ ଆଉ କହିବି ସତେ

   ରାତିଟା ଯେପହିଲା

କେଁ କଟର, କେଁ କଟର

    ଗାଇ ଗାଇ କା

ଫକଲ, ଫକଲ, ଫକଲ, ଫକଲ

   ଡ଼େଇଁ ଡେଇଁ କା

ଦେହଟି ବିଗିଡି ଗଲା

   ଏପରି ଦଶା ଦେହର ପୀଡା

ଆଉ ସହି ନହେଲା 

ବରଷା ଟିକିଏ ଯିବାରୁ ଛାଡି

  ତୁମ ପାଖକୁ ଆସିଛି ଧାଇଁ

ସଅଳ, ସଅଳ ଦିଅହେ ଅଜା

   ଔଷଧ ଖାଇବା ପାଇଁ

ତୁମ ଔଷଧ ଖାଇ ହୋଇ ଯିବି

  ମୁହିଁ ପୂର୍ବପରୀ ଯେମିତି

ଛାଡ଼ିବି, ରଡି କେଁ କଟର, କେଁ କଟର ଏମିତି

  ମୋ ଗୀତ ଶୁଣି ନାଚିବେ ପୁଣି

ପଶୁ ପକ୍ଷୀ ଏ ଯେମିତି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy