ବାଟହୁଡା
ବାଟହୁଡା
ଗର୍ଭର ବେଦନା
ଅକୁହା ମନର ଯାତନା
ବୁଝି କି ପାରିଲୁନି
ଅଦେଖା ଆଶଙ୍କା,ଅଭିମାନ ଟିକ
ଆଧୁନିକତା ର ଉଗ୍ର ରୁଦ୍ର ରୂପ
ଚହଟି ଯାଏ ଅଙ୍ଗେ ଅଙ୍ଗେ,
ଆପଣା ସଭ୍ୟତାର କୋମଳ ପରିପାଟୀ
ଫିକା ଫିକା ଲାଗେ,
ନୀରବେ ପଛେଇଯାଏ ସେ
ଟିପେଇ ଟିପେଇ ।
ବାଟହୁଡି ଭୂଲିଲୁ ତୁ ଘର ପରିବାର
ସମାଜ,ସଂସ୍କୃତି,
ଅଚିହ୍ନା ର ହାତଧରି
ନିଜର କୁ କଲୁ ପର ।
ସତର୍କ କରିଥିଲୁ,
ଅମାନିଆ ଜିଦ୍ ତୋର,
ଫେରିଲୁନି ବା ପାରିଲୁନି
ଆଜି ବି ଅବ୍ୟକ୍ତ, ଅବୋଧ।
ଶ୍ରଦ୍ଧା ସୌହାର୍ଦ୍ଦ କୁ
ପାଦରେ ଆଡେଇ ,
ଅନ୍ତ ହେଲୁ ପାଷଣ୍ଡ ର ହାତେ,
ଲାଗେ- କେବେ କର୍ମଫଳ ଅବା।
ସତର୍କ ହେ ଯୁବାପିଢି
ଧରି ରଖ ସଂସ୍କାର କବଚ ।

