STORYMIRROR

SAHADEV PARIDA

Drama

4  

SAHADEV PARIDA

Drama

ବାର୍ଦ୍ଧକ୍ୟ ସ୍ବର

ବାର୍ଦ୍ଧକ୍ୟ ସ୍ବର

1 min
404

ଜୀବନେ ଯୈ।ବନ ନୁହେଁ ଚୀରସ୍ଥାୟୀ

ଵଦଳଇ ଅନୁକ୍ଷଣ

ମାୟା ମୋହେ ପଡି ବୁଦ୍ଧି ଯାଏ ହୁଡି

ଦେଖାଏ ଯେ ଵଡ ପଣ।।

ବଳ ବୟସରେ ମତ ଗର୍ଭେ ଚାଲେ

ଧନଜନପାଇଁ ମଜେ

ବାର୍ଦ୍ଧକ୍ୟ ଆସିଲେ ନିକର୍ତ୍ତଵ୍ୟ ହେଲେ

ଦୂରେଇ ଯାଆନ୍ତି ନିଜ ଜନେ ।।

ଭଲ କଥା ବିଚାରି କହିଲେ କୁହନ୍ତି

କାହିଁକି ଭୁକୁଛ କୁକୁର ପରି

ନିଜର ରକ୍ଷଣ ହୁଏ ଅସମ୍ଭବ

ଭାଷଣ ମାରୁଛି ଞ୍ଜାନୀଙ୍କ ପରି ।।

ପେଟ ବିକଳରେ ହେଲେ ଛଟପଟ

ପିଲାଏ କହନ୍ତି ରୁହରୁହ

ଆମ ପିଲାମାନେ ଖାଇ ନ ସାରୁଣୁ

ତୁମେ ଖାଇବାକୁ କିମ୍ପା କୁହ ।।

ଦେହ ପାଇଁ ହେଲେ ଦିକ୍ ସିକ୍ ହୁଅନ୍ତି

କହନ୍ତି ଦିଦିନ ଯାଉ

ଟଙ୍କା ଗଦା ପରେ ଶୋଇଲା ପରିକି

ବୁଢ଼ା ଦେଖାଉଛି ଭାଉଜ ।।

ପିଲାଙ୍କ କଟୁକ୍ତି ଅସହ୍ୟ ହୁଅଇ 

ଆଖିରୁ ଝରଇ ଲୁହ

ମୁହେଁ ଲୁଗା ଢାଙ୍କି ଘର କୋଣେ ବସି

ବୁଢ଼ାବୁଢ଼ୀ ଵାଣ୍ଟନ୍ତି କୋହ।।

ଆରତେ ଡାକନ୍ତି ପ୍ରଭୁ ଜଗନ୍ନାଥ

ଆମକୁ ସହାୟ ହୁଅ

ସଂସାର ସାଗରୁ ପାରି କରିଦିଅ

ଵିନ୍ଦୁଏ କରୁଣା ଦିଅ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama