STORYMIRROR

Dr. Rajib Lochan Panigrahy

Tragedy Fantasy Inspirational

3  

Dr. Rajib Lochan Panigrahy

Tragedy Fantasy Inspirational

ବାପୁ ତୁମେ...

ବାପୁ ତୁମେ...

1 min
153



ଦେଶ ମାତୃକାର ସେବା କରି ତୁମେ

ଫିରିଙ୍ଗି ଶାସନୁ ମୁକ୍ତ କଲ ଦେଶ 

ଉଣେଇଶ ସତଚାଳିଶ ଅଗଷ୍ଟ ପନ୍ଦର

ଆମେ ହୋଇଛୁ ସ୍ୱାଧୀନତା

ଫିରିଙ୍ଗି ଶାସନୁ ସେଦିନୁ ସ୍ୱାଧୀନ

 ହୋଇଥିଲା ଆମ ଦେଶ ll


ତୀରଙ୍ଗା ଆମର ଦେଶର ପତାକା

ଉଡୁ ଅଛି ଫରଫର 

ଏକତାର ଭାବ ନେଇ

ତୀରଙ୍ଗା ତଳେ ଗାନ୍ଧୀ ଫୋଟୋ ରଖି

ପାଳୁ ଜନରାଜ୍ୟ ଦିବସ 

ସଂଗ୍ରାମୀ ମାନଙ୍କୁ ସୁମରଣା କରି

ଭାଷଣରେ କାମ କରୁ ଶେଷ ll


ସ୍ୱାଧୀନତା ମଜା ନିଅନ୍ତି ନେତା ମନ୍ତ୍ରୀ 

ଗରିବ ଜନତା ମରେ ଖଟି ଖଟି 

ରହେ ଖାଲି ଅବଶୋଷ

କବି, ଲେଖକ, ପ୍ରଶାସକ, ନେତାଏଁ

ଡାକନ୍ତି ଗାନ୍ଧୀ ତୁମେ ଫେରି ଆସ

ଫେରିଲେ ତ ତୁମେ ନପାରିବ ଚଳି

ଦେଖି ଜନତାଙ୍କ କଷ୍ଟ ll


ଶାସକ ଏଠି ଲୁଟି ଚାଲିଛନ୍ତି

ପାଟି ଖୋଲିଲେ ଲାଠି ମାରୁଛନ୍ତି

ଇନ ଆଳରେ ଜୁଲମ କରନ୍ତି

ବୁଦ୍ଧିଜୀବୀ ଏଠି ନିରବ ସାଜନ୍ତି

କୁଜିନେତା, ଶଠ, ଭଣ୍ଡ ଏଠି

ବୁଦ୍ଧିଜୀବୀ ଏଁ ବୋଲାନ୍ତି ll


ଗାନ୍ଧୀ ଟୋପି ପିନ୍ଧି ଲୋକଙ୍କୁ ଲୁଟନ୍ତି

ଗାନ୍ଧିବାଦୀ ନାମେ ଶାସନ ଚଲାନ୍ତି 

ରାମ ରାଜ୍ୟ ଖାଲି ଲେଖାରେ ରହିଛି

ଗାନ୍ଧୀ ଅର୍ଥଶାସ୍ତ୍ର ପୁସ୍ତକେ ରହିଛି

ତୁମ ନାମ ଧରି ମାରନ୍ତି ଭାଷଣ

ସଭା ସମିତି କରି ଆୟୋଜନ ll


ତାଳି ମରୁଥାନ୍ତି ଭଡାଟିଆ ଲୋକ 

ନିଜ ମନ ଇଚ୍ଛା ସବୁ କହିଥାଇ

ଗାନ୍ଧୀ କହିଛନ୍ତି ବୋଲି ବୋଲୁଥାଇ

ତୁମ ଫୋଟୋର ଯେତିକି

ସନମାନ ଅଛି ତୁମର ସେତିକି କାହିଁ

ସରଗରେ ରହି ସୁଖରେ ଥାଅ

ତୁମ ଜନ୍ମ ଦିନେ, ଜାତୀୟ ଦିବସେ

ତୁମ ଫୋଟୋ ପୂଜା ପାଏ


ଏତିକିରେ ଖୁସି ହୁଅ 

ଗାନ୍ଧୀ ତୁମେ ଫେର ନାହିଁ

ଫେରିଲେ ଯେ ତୁମେ ଫେରିବା ବାଟକୁ

ଖୋଜି ହେବ ହାଇଁ ପାଇଁ ll



Rate this content
Log in

Similar oriya poem from Tragedy