Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bibhuti Bhusan Mohanty

Tragedy Classics Inspirational

4.0  

Bibhuti Bhusan Mohanty

Tragedy Classics Inspirational

ମନେପଡେ ସେ ପିଲାଦିନ

ମନେପଡେ ସେ ପିଲାଦିନ

1 min
264


ହେ ସମୟ ମୋ ଶୈଶବକୁ ପୁଣି ଫେରେଇ ଦିଅନ୍ତୁ କି?

ଆଜିର ଏ ଟେନସନଭରା ଦୁନିଆରୁ ମୁକ୍ତି ପାଇ ଯାଆନ୍ତି କି ?


ମନଖୋଜେ ସ୍କୁଲରେ, ବାଡ଼ିଡିଆଁ, ବାଘ-ଛେଳି ଆଉ ଚୋର ପୋଲିସ ଖେଳକୁ....

ଭାଳିହୁଏ ପୁଣି କବାଡୀ, କାଚଆଲି ଆଉ ଗାଁ ପଡିଆର ଫୁଟବଲ କୁ ।


ମନେପଡେ ପୁଣି କ୍ରିକେଟର ଚୌକା ଆଉ ଛକା କୁ...

କ୍ୟାରମ ଖେଳା ଆଉ କ୍ଲବ ଘରେ ଲୁଡୁ କୁ ।


ଦେଖିହୁଏ ଗାଁ ଝିଅ-ବୋହୁଙ୍କ ଗଜଗାମିନୀ ଚାଲି କୁ...

ପ୍ରେମିକାର ଆଖିଠାର ଆଉ ଫେରିବାଲାର ହରେକମାଲ୍ ସାଢ଼େ-ସାତ କୁ।


ଏବେ ତ ଅଫିସରେ ବସିବସି, ବସ୍ ଠାରୁ ଖାଉଅଛି ଗାଳି...

ଭଲ ଥିଲା ଗାଁମୁଣ୍ଡ ଆମ୍ବତୋଟା ଆଉ ସାହିଟୋକାଙ୍କ ମେଳି।


ମନେପଡେ ଆଜି ଆଈମା ଆରିସା, ଚକୁଳି ଆଉ ଛୁଞ୍ଚିପତ୍ର ପିଠା..

ପୋଡ଼ପିଠା ସହ ଏଣ୍ଡୁରି, ସିଝାମଣ୍ଡା ଆଉ ଗଇଁଠା ।


ଏ କଂକ୍ରିଟର ଜଙ୍ଗଲରେ କାହିଁ ସେ ପିଲାଦିନର ମଜା...

ମାମୁଘର ବରକୋଳି ଆଉ ଭାଲୁଆ ମା ର 1 ଟଙ୍କାରେ ମଟର ଭଜା..


କଞ୍ଚାଆମ୍ବ, କଇଁଚି କାକୁଡି, ଲୁଣ ଲଙ୍କାଗୁଣ୍ଡ ସହ ବାଡ଼ି ଜାମୁକୋଳି ସ୍ୱାଦ....

ଯେତେ ଭାବିଲେ କଣ ହବ, ଏବେ ଚାଇନିଜ ଫୁଡ଼ରେ ମିଳିବ କି ସେ ସ୍ୱାଦ....


ନମିଳେ ଏଠି ବାୟା-ଦୋକାନୀ ବରା, ଆଉ ସାହୁ ଦୋକାନ ଲସି,

ଭାବିଭାବି ଦିନ ଗଲା ଅଫିସରେ ବସି ବସି ।


ଜେଜେଙ୍କ ଲାଠି ଆଉ ନଈ ପହଁରା,

କେତେ ଭଲଲାଗେ ଦ୍ୱି-ପ୍ରହରେ ଆମ୍ବପରା ।


ଗାଁରେ, ବାହାଘର ଆଉ ବଡ଼ଦିନ ଭୋଜି,

ଭାଇ ...! ଯିଏ ଖାଇଛି ସେ ହିଁ ଜାଣିଛି ।


ବାପାଙ୍କ ନାଲିଆଖି ଆଉ ହେଡ ମାଷ୍ଟ୍ରେଙ୍କ ଛାଟ,

ଇଲୋ ମୋ ବୋପା, ପରୀକ୍ଷା ଆସିଲେ ସବୁ ନାଟ ।


ଭାରି ଭଲ ଲାଗେ ଖରା ଦିନର ସେ ଛୁଟି...

ଦୋଳ,ହୋଲି, ଦଶହରା ଆଉ ଧାନକଟା ଛୁଟି ।


ଲୋକ କହନ୍ତି ପାଠ ପଢ଼ ବଡ ମଣିଷ ହବୁ...

ମୁଁ କହେ ବାପରେ, ଓଡିଆ ପଖାଳ ଆଉ ନ ପାଇବୁ ।


ପଖାଳ ସାଙ୍ଗେ ବଡ଼ି ଚୁରା, ଚୁନା ମାଛ ଆଉ କୋଶଳା ଶାଗ,

କାହିଁ ଗଲା ମୋ ଶୈଶବ, କିଏ ମୋତେ ଖୋଜି ଆଣିଦେବ ।



Rate this content
Log in