STORYMIRROR

jyotsna mayee panda

Romance Tragedy

3  

jyotsna mayee panda

Romance Tragedy

ରକ୍ତ ଗୋଲାପ

ରକ୍ତ ଗୋଲାପ

1 min
241

ଆଦ୍ୟ ପଉଷ ର ନିହାର ବିନ୍ଦୁ ରେ ..

ଅବା ବିଛୁରିତ ଜୋଛନା ତରଙ୍ଗେ ...

ଥରିଉଠେ ଆଜି ଶୀତଳ ମଳୟେ ..

ଦେହ ସିହରଇ ତାର ମଧୁର ତରଙ୍ଗେ ll

କଣ୍ଟକିତ ବ୍ରୁନ୍ତେ ଆଜି ନିର୍ମମ ବେଦନା ...

ରକ୍ତ ଗୋଲାପ ଯେ ମୁହିଁ ଆଜି ଆନମନା ...

କେବେ ସାଜେ ମୁହେଁ କୋଉ ବଧୂର ଗଭାରେ ..

ପୁଣି କେବେ ଶୋଭା ମୋର ପ୍ରେମିକା ହାତରେ ..

କେବେ ଲୋଟିଯାଏ କୋଉ ମର ଶରୀର ରେ ..ll

ଆଜି ମୁଁ ଦେଖୁଛି ମୋ ଜୀବନ ର ଅନ୍ତିମ ପର୍ଯlୟ ..

ଅର୍ଥ ହୀନ ଜୀବନ ର ଅସମାପ୍ତ ଅଧ୍ୟାୟ ...

କୋଉ କବି ଲେଖିଦିଏ ସୁନ୍ଦର କବିତା .....

କେହି ଜlଣେ ନାହିଁ ଏଇ ଜୀବନ ର ବ୍ୟଥା ...

ମୁଯେ ସେଇ ଅଭାଗିନୀ ଚିର ଅଭିଶପ୍ତl....ll

କଣ୍ଟକିତ ବୃନ୍ତ ମୋର ବେଦନା ଶିକ୍ତ ଶରୀର ..

କାହିଁକି ବିଧାତା ଦେଲା କୋମଳ ହୃଦୟ ....

ରକ୍ତ ଗୋଲାପ ଯେ ମୁଁ ସଦ୍ୟ ପ୍ରସ୍ଫୁଟିତ ....

ଆନମନା ଆଜି ମୁହିଁ ଦୁଃଖେ ଜର୍ଜରିତ ..ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance