STORYMIRROR

Trushna Das

Tragedy

3  

Trushna Das

Tragedy

ପ୍ରେମର ବିରହ

ପ୍ରେମର ବିରହ

1 min
208

ପ୍ରେମର ବିରହରେ ମୁଁ ଯେ ହେଉଛି ଛଟପଟ 

ଯନ୍ତ୍ରଣାରେ ଜଳୁଛି ମୋ ମନ

ଭାବୁଛି ଆଜି କାଇଁ ଛନ୍ଦି ହୋଇ ଥିଲି ସେ ଲୋକ ସହ

ପ୍ରଶ୍ନ ଆସେ ମନକୁ ମୋର ଯେ ସେ ତ ମୋ ଜୀବନସାଥୀ ଥିଲେ ନା ପାଷାଣ।।


ସେ କଣ ବୁଝି ପାରିବେ ପ୍ରେମର ବିରହ 

ଯାହା ପାଇଁ ପ୍ରେମ ଓ ସମ୍ପର୍କ ଥିଲା ଗୋଟିଏ ଖେଳ

ସେ ତ ବୁଝି ଥିଲେ କେବଳ ପଇସାର ମୂଲ୍ୟ

ପ୍ରେମ ଥିଲା ତାଙ୍କ ପାଇଁ ଝଡି ଯାଉ ଥିବା ପତ୍ର।।


ସେ କି ବୁଝିବେ ପ୍ରେମର ବିରହ

ଯିଏ ଏତେ ଗର୍ବୀ ଓ ସ୍ୱାର୍ଥପର

ଯେ ନିଜ ସ୍ୱାର୍ଥ ପାଇଁ ସବୁ ସମ୍ପର୍କକୁ କରନ୍ତି ପର

ସେ କି ଜାଣିବେ ବେଦନା ବିଚ୍ଛେଦର।।


ପ୍ରେମର ବିରହ ବୁଝିବେ ସେ ଦିନ

ଯେଉଁ ଦିନ ସେ ଅଭାବ ଅନୁଭବ କରିବେ ଜୀବନେ ପ୍ରକୃତ ସାଥିର ମୂଲ୍ୟ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy