ପ୍ରେମର ବିରହ
ପ୍ରେମର ବିରହ
ପ୍ରେମର ବିରହରେ ମୁଁ ଯେ ହେଉଛି ଛଟପଟ
ଯନ୍ତ୍ରଣାରେ ଜଳୁଛି ମୋ ମନ
ଭାବୁଛି ଆଜି କାଇଁ ଛନ୍ଦି ହୋଇ ଥିଲି ସେ ଲୋକ ସହ
ପ୍ରଶ୍ନ ଆସେ ମନକୁ ମୋର ଯେ ସେ ତ ମୋ ଜୀବନସାଥୀ ଥିଲେ ନା ପାଷାଣ।।
ସେ କଣ ବୁଝି ପାରିବେ ପ୍ରେମର ବିରହ
ଯାହା ପାଇଁ ପ୍ରେମ ଓ ସମ୍ପର୍କ ଥିଲା ଗୋଟିଏ ଖେଳ
ସେ ତ ବୁଝି ଥିଲେ କେବଳ ପଇସାର ମୂଲ୍ୟ
ପ୍ରେମ ଥିଲା ତାଙ୍କ ପାଇଁ ଝଡି ଯାଉ ଥିବା ପତ୍ର।।
ସେ କି ବୁଝିବେ ପ୍ରେମର ବିରହ
ଯିଏ ଏତେ ଗର୍ବୀ ଓ ସ୍ୱାର୍ଥପର
ଯେ ନିଜ ସ୍ୱାର୍ଥ ପାଇଁ ସବୁ ସମ୍ପର୍କକୁ କରନ୍ତି ପର
ସେ କି ଜାଣିବେ ବେଦନା ବିଚ୍ଛେଦର।।
ପ୍ରେମର ବିରହ ବୁଝିବେ ସେ ଦିନ
ଯେଉଁ ଦିନ ସେ ଅଭାବ ଅନୁଭବ କରିବେ ଜୀବନେ ପ୍ରକୃତ ସାଥିର ମୂଲ୍ୟ।।