STORYMIRROR

Gopal Das

Tragedy

3  

Gopal Das

Tragedy

ବୁଢ଼ା ଜଗୁଆଳି

ବୁଢ଼ା ଜଗୁଆଳି

1 min
154

ଭଗ୍ନ ମନ ନେଇ ଜଗିଛି ଦୁଆର,

          ମୁଁ ତ ସ୍ଵଳ୍ପ ବେତନ ଧାରି।

ଘର ଘର ବୁଲି ସୁରକ୍ଷା ଯୋଗାଏ

           ନିଜ ସୁରକ୍ଷା କୁ ଛାଡି।।


ବୃଦ୍ଧ ବୟସ ରେ ସଭି ଙ୍କୁ ସମ୍ମାନ ଜଣାଏ,

               ନିଜ ସମ୍ମାନ କୁ ଏଡି।

ରାତ୍ର ଅନ୍ଧକାରେ ୱିଷିଲ ମାରଇ

           ନିଜ ସୁରକ୍ଷା କୁ ଛାଡ଼ି।।

କିଏ ଡାକେ ମୋତେ ଅଙ୍କଲ,ମଉସା

            କିଏ ଡାକେ ବୁଢା ଜଗୁଆଳି।


ମୁଁ କିନ୍ତୁ ଡାକେ ସାର୍ ମାଡାମ୍ 

              ନିଜ ସମ୍ମାନ କୁ ଏଡି।।

ଆଖି ଲାଗି ଗଲେ ସଭିଏ ଚିଡନ୍ତି,

            କଟୁ ଭର୍ସନା ଟିଏ କରି।।

ଡରି ଡରି ଦିନ ରାତି ପାହି ଯାଏ,

            ନିଜ ସ୍ବାଭିମାନ ଛାଡ଼ି।।


ମୋ ସ୍ତ୍ରୀ ର ଶରୀର ଅସୁସ୍ଥ,

           ସେ କରୁ ଅଛି ଅଳୀ।

ହେଲେ କେମିତି ଯିବିନି ସୁରକ୍ଷା ଦେବାକୁ,

           ସମସ୍ତେ ଅଛନ୍ତି ଅଡି।।

ତା ସୁରକ୍ଷା ତ ଭଗବାନ କରନ୍ତି

            ମୋ କରୁଣ ପ୍ରାର୍ଥନା ଶୁଣି।


ଭାବୁଛି କାଲି କୁ ଛୁଟିଟିଏ ପାଇଁ

            କରିବି ଛୋଟ ଗୁହାରି

ଜାଣିନି ମିଳିବ କି ନାହିଁ,

            ମୁଁ ତ ସ୍ୱଳ୍ପ ବେତନଟିଏ ଧାରି।


     ମୁଁ ଯେ ବୁଢ଼ା ଜଗୁଆଳି

               ସ୍ୱଳ୍ପ ବେତନଟିଏ ଧାରି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy