STORYMIRROR

Gopal Das

Action Inspirational Others

4  

Gopal Das

Action Inspirational Others

।। ପୂର୍ଣ୍ଣଛେଦ।।

।। ପୂର୍ଣ୍ଣଛେଦ।।

1 min
5

ସବୁ ସମ୍ପର୍କର ଶେଷରେ ନଥାଏ ପୂର୍ଣ୍ଣଛେଦ ,
                ନା ଥାଏ ସମ୍ପର୍କର ଆରମ୍ଭରେ ପୂର୍ଣ୍ଣତା ।। (୧)

ସବୁ ଭଲପାଇବାର ଶେଷରେ ନଥାଏ ପୂର୍ଣ୍ଣଛେଦ ,
          ନା ଥାଏ ଭଲପାଇବାରେ ନିଖୁଦ ଆତ୍ମୀୟତା ।।(୨)

ସବୁର ଅନ୍ତରେ ଜ୍ୱଳନ ପୀଡାର ନଥାଏ ପୂର୍ଣ୍ଣଛେଦ ,
          ନା ଥାଏ ଆରମ୍ଭରେ ଚନ୍ଦନ ପରି ଶୀତଳତା ।।(୩)

ସବୁ ସମ୍ପର୍କର ସେତୁବନ୍ଧରେ ବିଶ୍ୱାସର ନଥାଏ ଅତୁଟ ପୂର୍ଣ୍ଣଛେଦ,
        ନା ଥାଏ ସମ୍ପର୍କ ମଧ୍ୟରେ ଅନାବିଳ ଆତ୍ମୀୟତା ।।(୪)

ସବୁ ଅନର୍ଥର ଉତ୍ପୀଡନରେ ନଥାଏ ପୂର୍ଣ୍ଣଛେଦ,
             ନା ଥାଏ ସବୁ ଭଲପାଇବାରେ ନିର୍ଭୀକତା ।।(୫)

ସବୁ ଅସଫଳତାର ପଟ୍ଟଭୂମିରେ ନଥାଏ ନାରୀର କୁଟିଳତା,
                         ନା ଥାଏ ଯୁଦ୍ଧ ପରେ ଶୀତଳତା ।।(୬)

ସବୁ ଧ୍ୟାନଭଙ୍ଗର ପଛପଟରେ ନଥାଏ ପ୍ରପଞ୍ଚତା,
       ନା ସୀମାରେ ଥାଏ କୁଳଲଂଘିବାର ବିଭୋରତା ।।(୭)

ସବୁ କର୍ମପଥରେ ନଥାଏ ମାନବର ଉଦାରତା,
        ନା ନିଷ୍କାମ କର୍ମର ମଧ୍ୟରେ ଥାଏ ନିର୍ବାଣତା ।।(୮)

                  ଶେଷରେ....
ସବୁ ଅନ୍ତରେ ନଥାଏ ପୂର୍ଣ୍ଣତା,
                କିନ୍ତୁ ସବୁ ଆଦ୍ୟରେ ଥାଏ ଆତ୍ମୀୟତା ।।(୯)
  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action