STORYMIRROR

Gopal Das

Inspirational Others

3  

Gopal Das

Inspirational Others

ପିଚାଷିନି ର ମାୟାଜାଲ

ପିଚାଷିନି ର ମାୟାଜାଲ

2 mins
11.1K

ଏହି ଦେଖ ସେହି ଦୁର ଦିଗ୍ଗବଳୟରେ ଉଠୁଥିବା

                     କରୋନାର ଲେଳିହାନ ଶିଖା,

ସତେ ଯେମିତି ବିଶ୍ଵଟା କୁ କରିଛି ପ୍ରରାସ୍ତ।!!!!


ଏହି ଦେଖ ସେହି ଦୂର ବିଦେଶିନୀ ମାୟବିନି

                    କରୋନାର ମାୟାଜାଲ କୁ,

ସତେ ଯେମିତି ବିଶ୍ଵଟା କୁ କରିଛି ଆଚ୍ଛନ୍ନ।!!!!


ଏହି ଶୁଣ ସେହି ଦୂର ରୁ ଭାସି ଆସୁଥିବା

                    କରୋନାରେ ଆକ୍ରାନ୍ତଙ୍କର କ୍ରନ୍ଦନ,

 ସତେ ଯେମିତି ବିଶ୍ଵଟା କୁ କରିଛି ଦାରୁଣ।!!!!


ଏହି ଦେଖ ସେହି ଦୂରରୁ ଉଠୁଥିବା

          କରୋନାରେ ପରାସ୍ତ ଶବ ମାନଙ୍କ ର ଅଗ୍ନିଶିଖା।

ସତେ ଯେମିତି ସାରା ବିଶ୍ଵଟା କୁ କରିଛି ସମାପ୍ତ।!!!!


           

ହଁ

             ଏବେ ବି ସମୟ ଅଛି,

           ଉଠ,ଅଣ୍ଟା ଭିଡି ଆଗେଇ ଚାଲ ,

        ସେହି ପିଚାଷିନି ର ମାୟାଜାଲ କୁ ଭାଙ୍ଗିବାକୁ, 

             ଏକତା ର ଦ୍ୱାହି ଦେଇ ନୁହେଁ,

         ବରଂ ଏକା ଏକା ଲଢ଼ିବାର ସଂକଳ୍ପ ନେଇ।


                   ହଁ

              ଏବେ ବି ସମୟ ଅଛି,

          ଉଠ,କଠୋର ହୋଇ ଆଗେଇ ଚାଲ, 

         ସେହି ରାବଣ ର ନାଗଫାଶ କୁ ଭେଦିବାକୁ।

            ଏକତା ର ଦ୍ୱାହି ଦେଇ ନୁହେଁ,

        ବରଂ ଏକା ଏକା ଲଢ଼ିବାର ସଂକଳ୍ପ ନେଇ।


                  ହଁ

             ଏବେ ବି ସମୟ ଅଛି,

          ଉଠ, ପ୍ରକୃଷ୍ଠ ହୋଇ ଆଗେଇ ଚାଲ 

ସମୁଦ୍ର ମନ୍ଥନରେ ବାହାରିଥିବା ହଳାହଳ ବିଶ ପିଇ ନୀଳକଣ୍ଠ ସାଜି।

            ଏକତା ର ଦ୍ୱାହି ଦେଇ ନୁହେଁ,

        ବରଂ ଏକା ଏକା ଲଢ଼ିବାର ସଂକଳ୍ପ ନେଇ।


                  ହଁ

            ଏବେ ବି ସମୟ ଅଛି,

       ଉଠ, ଆଉ ସାହସ ବାନ୍ଧି ଆଗେଇ ଚାଲ 

ବିଲୁପ୍ତ ହେଉଥିବା ସମଗ୍ର ମାନବ ସମାଜ କୁ ବଞ୍ଚାଇବା ପାଇଁ।

          ଏକତା ର ଦ୍ୱାହି ଦେଇ ନୁହେଁ,

       ବରଂ ଏକା ଏକା ଲଢ଼ିବାର ସଂକଳ୍ପ ନେଇ।


                 ହଁ

            ଏବେ ବି ସମୟ ଅଛି,

       ଉଠ, ଆଉ ନିର୍ଭକ ହୋଇ ଆଗେଇ ଚାଲ 

ଜଣେ କୁଶଳୀ ଜାଦୁଗର ସାଜି, ହାତରେ ସାନିଟାଇଜର ର ଯାଦୁ ଛଡି ଧରି।

            ଏକତା ର ଦ୍ୱାହି ଦେଇ ନୁହେଁ,

        ବରଂ ଏକା ଏକା ଲଢ଼ିବାର ସଂକଳ୍ପ ନେଇ।


                  ହଁ

            ଏବେ ବି ସମୟ ଅଛି,

     ଉଠ, ଆଉ ଛାତିକୁ ପଥର କରି ଆଗେଇ ଚାଲ 

ସେହି ପିଚାଶିନି ର କୁହୁକ ଜାଲ କୁ ଭାଙ୍ଗିବାକୁ ମୁହଁରେ ମାସ୍କ ପିନ୍ଧି।

            ଏକତା ର ଦ୍ୱାହି ଦେଇ ନୁହେଁ,

        ବରଂ ଏକା ଏକା ଲଢ଼ିବାର ସଂକଳ୍ପ ନେଇ।।


                   ହଁ

             ଏବେ ବି ସମୟ ଅଛି,

       ଉଠ, ଆଉ କୁଶଳୀ ସୈନିକଟି ପରି ଆଗେଇ ଚାଲ,

   ନିଜକୁ ଅପ୍ରତିଦ୍ଵନ୍ଦୀ ଅପରାଜେୟ ସୈନିକ ଭାବରେ ସଜାଇ।

            ଏକତା ର ଦ୍ୱାହି ଦେଇ ନୁହେଁ,

        ବରଂ ଏକା ଏକା ଲଢ଼ିବାର ସଂକଳ୍ପ ନେଇ।।

   

                  ହଁ

           ଏବେ ବି ସମୟ ଅଛି,

     ଉଠ, ଆଉ ବିଶ୍ୱର ବରପୁତ୍ର ଭାବେ ଆଗେଇ ଚାଲ, 

ନିଜକୁ ଆଉ ବିଶ୍ଵ କୁ ମୟାବିନି କରୋନାର କବଳରୁ ରକ୍ଷା କରିବା ପାଇଁ।

           ଏକତା ର ଦ୍ୱାହି ଦେଇ ନୁହେଁ,

        ବରଂ ଏକା ଏକା ଲଢ଼ିବାର ସଂକଳ୍ପ ନେଇ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational