STORYMIRROR

Gopal Das

Romance Tragedy Fantasy

4  

Gopal Das

Romance Tragedy Fantasy

ଅସମାପ୍ତ ରାସ୍ତା....

ଅସମାପ୍ତ ରାସ୍ତା....

2 mins
0

                       ((୧))
ଜୀବନର ପ୍ରତିଟି ସ୍ପନ୍ଦନରେ ତୁମେ ଥିଲ,
ହେଲେ ମୋତେ ଆଜି ଅଭିଶାପ ଦେଇଗଲ। ।।
  
                         ((୨))
ଜୀବନର ପ୍ରତିଟି ରକ୍ତ କଣିକାରେ ତୁମେ ବସିଥିଲ,
ହେଲେ ମୋ ହୃଦୟକୁ ଭାଙ୍ଗି ନିରବତାରେ ଚାଲିଗଲ। ।।
  
                       ((୩))
ପ୍ରେମର ସେଇ ଅସରନ୍ତି ପୁସ୍ତକରେ ତୁମେ ଥିଲ,
କିନ୍ତୁ ଆଜି ସେହି ପୁସ୍ତକର ଅଧପଢ଼ା ପୃଷ୍ଠା ହୋଇ ରହିଗଲ। ।।
  
                        ((୪))
ସ୍ମୃତିର ସେଇ ସାଉଁଟା ଫୁଲରେ ତୁମେ ଥିଲ,
ହେଲେ ଆଜି ଶେଷ ଶେଫାଳି ପରି ଝଡ଼ି ତୁମେ ଗଲ।।


                       ((୫))
ମୋ ନିଃଶ୍ୱାସର ପ୍ରତିଟି ବିଶ୍ୱାସରେ ତୁମେ ଥିଲ,
କିନ୍ତୁ ଆଜି ମୋତେ ଏକା କରି ଅନ୍ଧାରରେ ହଜିଗଲ। ।।

                        ((୬))
 ମୋ ଆଖିର ପ୍ରତିଟି ଲୁହ ଟୋପାରେ ତୁମେ ଥିଲ,
ହେଲେ ଆଜି ସେଇ ଲୁହରେ ମୋ ନାଁ ଲିଭାଇ ଦେଇଗଲ। ।।
   
                       ((୭))
ସପନର ସେଇ ସୁନେଲି ସହରରେ ତୁମେ ଥିଲ,
କିନ୍ତୁ ମୋ ଦୁନିଆକୁ ଛାରଖାର କରି ଚାଲିଗଲ। ।।
  
                      ((୮)) 
ଫଗୁଣର ପ୍ରତିଟି ରଙ୍ଗରେ ମିଶି ତୁମେ ଥିଲ,
ହେଲେ ମୋ ଜୀବନକୁ ରଙ୍ଗହୀନ କରି ଚାଲିଗଲ। ।।


                       ((୯))
ତୁମେ ଦିନେ ଅଜଣା ଆକାଶରେ ଧ୍ରୁବତାରାଟିଏ ସାଜି ଥିଲ,
ହେଲେ ଆଜି ଦୂର ଦିଗବଳୟରେ ହାତ ଛାଡି ହଜିଗଲ । ।।

                          ((୧୦))
ସାଥି ହୋଇ ଜୀଇଁବା ର କଥା ଦେଇ ଥିଲ,
ହେଲେ ଏଇ ଜନ୍ମର ଅଧା ରାସ୍ତାରେ ମୋତେ ଏକୁଟିଆ କରି ଚାଲିଗଲ। ।।
  


Rate this content
Log in

Similar oriya poem from Romance