STORYMIRROR

Sanjukta Padhi

Tragedy

3  

Sanjukta Padhi

Tragedy

ମୃତ୍ୟୁ

ମୃତ୍ୟୁ

1 min
187


କାଳର କରାଳ ଗତି ନେଇ

ମୃତ୍ୟୁ ତୁମେ ଆସ କାହିଁ ଧାଇଁ

ଜୀବନର ଶେଷ ପାଵଛ ରେ

ଜୋର୍ ସୋର୍ ପଶିଯିବା ପାଇଁ ।

ସମୟର ନିଃସୃତ ଓଠରୁ

କେଉଁ ସୁର ଛନ୍ଦ ତାଳ ନେଇ

ଅଜବ ଭାଵ ବାଦ୍ୟ ଯନ୍ତ୍ର

ବାଜିଥାଏ ଧଇଁ ସଇଁ ହୋଇ ।

ଆଖିରେ ଓଲୁକ ର ସ୍ୱଭାବ

ଦେହରେ ଜରାଜୀର୍ଣ୍ଣ ର ଚାପ

ଅସ୍ଥି ସଜ୍ଜା ସବୁ ଚୁର୍ଣ୍ଣ କରି ଦେଇ

କୋଉ ପଥ ଦେଇ ନେଇଯିବା ପାଇଁ ।

ଆସ ତୁମେ ଆସିବାକୁ ମନା ନାହିଁ

ହେଲେ ସ୍ୱତନ୍ତ୍ର ବାଦ୍ୟ ଟିଏ ବଜାଇ ।

     


Rate this content
Log in

Similar oriya poem from Tragedy