STORYMIRROR

ଅନିଲ କୁମାର ଲେଙ୍କା

Tragedy Inspirational

3  

ଅନିଲ କୁମାର ଲେଙ୍କା

Tragedy Inspirational

ବନ୍ଦୀ

ବନ୍ଦୀ

1 min
225


ବନ୍ଦୀର ଜୀବନ 

ମରୁଭୂମି ବାଲି ପରି

ଖୁବ ଉତ୍ତପ୍ତ ଆଉ ନିର୍ଜନ ବି,

ନା ଥାଏ ତ ତା’ର କିଛି ଆଶା,

ନା ପାଇବାର ଆନନ୍ଦ 

ନା ହରାଇବାର ହତାଶା,

ଶିକୁଳି ବନ୍ଧା ତାର ସେଇ

ପାଦ ଯୋଡାକ ଖୋଜେ ତ କେବଳ

ମୁକ୍ତ ଜୀବନର ପରିଭାଷା !


ଘନ ଅନ୍ଧକାର ମଧ୍ୟରେ 

ମୁକ୍ତିର ଆଲୋକ ପାଇବାକୁ

ସତତ ପ୍ରୟାସ ଭିତରେ

କେବେ ହେବାକୁ ପଡେ 

ଅଦ୍ୱିତୀୟ ସୂର୍ଯ୍ୟ ସମ ତ

ପୁଣି କେବେ ସଂସାର ହାଟରେ

ମରୀଚିକା ଭଳି ମନରେ

ଆସେ ଅପୂର୍ଣ୍ଣ ଯେତେ ଭ୍ରମ !


ନିଃସହାୟ ଲାଗେ ତାକୁ ସବୁ

ସାହା ନାହିଁ କେହି ଯେମିତି 

ଆଖି ଲୁହ ବ୍ୟତିରେକ

କେହି ନୁହନ୍ତି ନିଜର

କଲମରୁ ଝରି ଆସି

କାଳି ଧାରରୁ ସତେ ଯେମିତି 

ଏକାନ୍ତ ଜୀବନର ସହଚର ମାନେ

ଆଉ ଆବେଗରେ ଭରିଦେବାକୁ

ଅପ୍ରତ୍ୟାଶିତ କଳରୋଳ !


ବନ୍ଦୀର ବୃତ୍ତାନ୍ତ ନୁହେଁ ଏ

ଖୁବ ଦୁର୍ବିସହ ଏ ଆତ୍ମ ବିଳାପ

ଏ ସବୁରି ଜୀବନର ଆତ୍ମକଥା,

ପରାଧୀନ ମୂର୍ମୁଷୁ ପ୍ରଚ୍ଛଦରେ 

ବହୁ ଦୂରରେ ସ୍ଵାଧୀନତା

ଶୂନ୍ୟ କାରାଗାରେ 

ବନ୍ଦୀ ଜୀବନଟା ଖୁବ୍ ବେସାହାରା

ନଥାଏ ଯାର ମୁକ୍ତିର ଚାବିକାଠି,

ବର୍ଷା ଧାର ଆଉ ଲୁହର ପାର୍ଥକ୍ୟ

କିଏ ବା ବୁଝିବ ଏଠି ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy