ନିବିଡତା
ନିବିଡତା
ଶରତ ବେଳାରେ ମହାନଦୀ କୂଳେ
ମୁହୂର୍ତ୍ତ ଯେ ଜ୍ୟୋତ୍ସ୍ନାମୟ
ଶୀତ ଆଗମନେ ଧିର ସମୀରଣ
ମନେ ଭରେ ପ୍ରୀତି ସ୍ନେହ ।
କୁଳୁକୁଳୁ ସ୍ଵରେ ନିର୍ଝରଣୀ ଝରେ
ବୁଝି ହୁଏନା ତା ଭାଷା
ତା କୂଳରେ ବସି ଜଳ ସ୍ପର୍ଶେ ଭାସି
ଅନୁଭବେ ବଢେ ତୃୃୃଷା ।
ନିବିଡତା ଜଡ ଜଡିମା ପ୍ରଭାବେ
ହୃଦୟ କରେ ମନ୍ଥନ
ଇତସ୍ତତଃ ମନେ ନୟନ ଘୁରିଲା
ତା ସଙ୍ଗେ ଲେଖନୀ ମୁନ ।
ଦୂର ଦିଗନ୍ତର ବଳୟକୁ ଚାହିଁ
ପ୍ରେମୀ ଯୁଗଳ ଯେ ବସି
ମିତହାସ୍ୟ ବୋଳି ବାହୁ ବନ୍ଧନରେ
ପ୍ରୀତି ରସେ ଥିଲେ ଭାସି ।
ଅତୀତ ଭବିଷ୍ୟ କଥପୋ କଥନେ
ମିଶାମିଶି ସୁଖ ଦୁଃଖ
କିଏ ଜାଣେ ଏହା ପୁରଣ କି ହେବ
କିି ଅବା ହେବ ବିମୁୁଖ ।
କ୍ଷଣିିକ ଭିତରେ ନିରବତା ଖେଳି
ହୃତପିଣ୍ଡ ବେଗ ବୃଦ୍ଧି
ଲିଭିଗଲା ଯେହ୍ନେ ଅମୂଲ୍ୟ ଜୀବନ
ବିପଦର ଘଡିସନ୍ଧି ।
ନଦୀ ଗର୍ଭେ ଦେଲେ ତନୁ ବିିର୍ସଜନ
ସ୍ୱପ୍ନ ହେଲା ଧୂଳିସାତ୍
ମୋ ଅନୁଭୂତିରୁ ଯାହା ମନେ ହୁଏ
କୁଟୁମ୍ବ କଠିନ ଶକ୍ତ ।
ପ୍ରେମ ଖୋଜେ ସଦା ଆନନ୍ଦ ଉଲ୍ଲାସ
ସାତ ରଙ୍ଗ ମନ ନେଇ
ଦୁନିଆଁ ବୁଝେନା ପ୍ରତୀକ ତାହାର
ନିତି ହାଣେ ରକ୍ତ ନଈ ।

