STORYMIRROR

Madhabi Patel

Tragedy

3  

Madhabi Patel

Tragedy

ଯନ୍ତ୍ରଣା

ଯନ୍ତ୍ରଣା

1 min
199


ଯନ୍ତ୍ରଣାର ଅନ୍ୟନାମ

ମାନେ ହିଁ ତ ଜୀବନ।

ଅଭୁଲା ସେ ମିଠାମିଠା କ୍ଷଣ

ମଧୁର ମିଳନ ଅବା ବିରହ ଦହନ

ସବୁ ମିଶି ଆକ୍ତାମାକ୍ତା କରେ

ଯେବେ ପ୍ରତିକ୍ଷଣ।

ଅପମାନ ହେଉ ଅବା ପ୍ରତାରଣା

ଅଲୋଡାପଣ ବା ହତାଦର

ମନେ ଦିଏ ଖେଦ।

ଏକାକୀ ଲାଗଇ ଯେବେ

ଭିଡରେ ଭିତରେ।

କ୍ଷତାକ୍ତ ଦେହ ଲହୁ ସଡସଡ।

ଆଉ ନିଜ ଲୋକର ନପଡଇ ପାଦ।

ସେ ଯନ୍ତ୍ରଣା ବଳିପଡେ

ଲାଗେ ସେବେ ନିରର୍ଥକ ଏ ଜୀବନ।

ଏମିତି ବଞ୍ଚି ରହି ଲାଭ କଣ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy