STORYMIRROR

ଅନିଲ କୁମାର ଲେଙ୍କା

Tragedy

3  

ଅନିଲ କୁମାର ଲେଙ୍କା

Tragedy

ଯନ୍ତ୍ରଣା

ଯନ୍ତ୍ରଣା

1 min
257


ଅସହ୍ୟ ଯେଉଁଠି ଉଭୟ 

ପାଇବାର ଆନନ୍ଦ ଓ 

ହରେଇବାର ଯନ୍ତ୍ରଣା, 

ଏକୁଟିଆ ବେଳ ପାଇଁ 

ଯେଉଁଠି ଥାଏ ଅନେକ ଘାତକ 

ସ୍ମୃତି ଓ ଅପରାଧର ରକ୍ତ ଛିଟା ,

ଅଧାରାସ୍ତାରେ ହଜିଯାଏ 

ଯେବେ ଲକ୍ଷ୍ୟସ୍ଥଳର ନକ୍‌ସା, 

ବାହାରେ ଟାଣ ଦିପହର ଓ 

ଘର ଭିତରେ କିଟିକିଟି ଅନ୍ଧାର ,

ସେବେ, ନିଜ ଯନ୍ତ୍ରଣା ପଥରୁ 

ମୁକ୍ତିର ଆଶା ସଞ୍ଚାର ହୁଏ 

ଆଉ ଆରମ୍ଭ ହୁଏ ଯାତନାରୁ

ମୁକୁଳିଯିବାର ଚେଷ୍ଟା !!


ନିଜ ଭିତରର “ଭୟାନକ ଆର୍ଦ୍ରତା” 

ପାଇଁ ଲୋଡ଼ା ହୁଏ 

ଅଳ୍ପ ଟିକେ ସୂର୍ଯ୍ୟ ରଶ୍ମି,

କିନ୍ତୁ କିଛି ବି ବଦଳିଯାଏନା,

ହାତ ପାଆନ୍ତାରେ 

ସବୁ ସାଜସରଞ୍ଜାମ ଥାଇ ବି 

ଗଢିହୁଏନା ମନ ପସନ୍ଦ ପୃଥିବୀ,

କେବଳ ପ୍ରସ୍ତୁତିରେ ହିଁ

ବିତିଯାଏ ଯନ୍ତ୍ରଣାସିକ୍ତ ଜୀବନ

ପ୍ରସ୍ତୁତି ସରିଲା ବେଳକୁ ଏଣେ

ସମୟ ବି ଶେଷ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy