STORYMIRROR

Samar Ballav Bhoi

Tragedy

3  

Samar Ballav Bhoi

Tragedy

ଦୁଃଖ

ଦୁଃଖ

1 min
217

   

 

ଜୀବନ ଦୁଃଖର ଅକୁହା କାହାଣୀ 

ଅଡୁଆ ସୁତାର ଖିଅ ପରି ହୁଏନି ଗଣି 

କଥା ମଜାମଜି ଟଣା ଭିଡା ନଈପାଣି

ବୋହି ଆସେ ଦୁଃଖର ଲମ୍ବା କାହାଣୀ।।


କୃଷକ ଭାଇର ଚାଷ କ୍ଷତି ହେଲେ 

ଦୁଃଖର ପରିଧି ବଢେ

ପରିବାର ମଧ୍ୟେ ସନ୍ତାନସନ୍ତତି କୁପଥେ

ମାତିଲେ ଦୁଃଖ ଭାରା ଭାରି ପଡେ

ରାଜ୍ୟ ଦେଶର ସୀମା ବିବାଦରେ

ଦେଶର ମନାନ୍ତର ଦୁଃଖ ବଢେ

ମିଛ ସତ କହି ସଂସାର ଭିତରେ 

ଲଢେଇ ଲାଗିଲେ ଦୁଃଖର ପସରା ବଢେ।।


ପିତା ମାତାଙ୍କ

ଜୀବନର ସମସ୍ତ ସମୟ 

ବିତିଯାଏ ସନ୍ତାନ ସନ୍ତତି ପାଇଁ

ତିଳେ ବି ନଥାଏ ସନ୍ଦେହ ସେହି

ଭାଗବାଣ୍ଟ ଓ ଭାରାକ୍ରାନ୍ତେ ବିତିଯାଏ 

ବୟସର ଅପରାହ୍ନ

ମିଳେ ଖାଲି 

ପୁଳାଏ ଦୁଃଖ କଷ୍ଟ ଶ୍ରମ

ବୟସଟା ସାଜିଯାଏ ବଡ ନିର୍ମମ।। 


କାହାଣୀଟା ଯେବେ ପାଠକ ପଢଇ 

ହସ ଖୁସି ଦୁଃଖ ସବୁ ହୃଦୟେ ଆସଇ

ଆଶାରୁ ଅଧିକ ଆସକ୍ତି ମନେ ରଖିଲେ

ଦୁଃଖ ନଦୀରେ ମଣିଷ ଭାବନା ବୁଡଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy