Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Tragedy

3  

Mamatamanjari Das

Tragedy

ବାଲିଘର

ବାଲିଘର

1 min
307


ତୋ'ଭରସା ର ସାଇତା ହସରେ

ମୁଁ ଗଢ଼ି ଥିଲି ବାଲିଘର

ଏବେ ସେହି ଘରେ ତୋ'ସ୍ମୃତି ଲୁହରେ

ମୁଁ ପାଲଟିଛି ରୂପକାର ।

ବାଲିରେ ଗଢିଛି ତୋ'ସ୍ମୃତି ସବୁକୁ

ଆଖି ଲୁହରେ ଭିଜାଇ

କିଏ ଜାଣେ କେବେ ଲହଡିଟା ଆସି

ତାକୁ ବି ନେବ ଭସାଇ ।

ମୋ'ଦେହ ଛୁଇଁ ତୁ'କଥା ଦେଇଥିଲୁ

କରିବୁନି କେବେ ପର

ହେଲେ ଅଦିନିଆ ଢେଉ ଭସାଇ ନେଲା

ଭାଙ୍ଗିଲା ମୋ ବାଲିଘର।

ଅନେକ ଆଶାର ପସରା ମେଲେଇ

ଖୋଜୁଛି ତତେ ମୁଁ ଆଜି

ଜାଇଛୁ ତୁ 'ଚାଲି ପରି ରାଇଜରେ

ତତେ ପାଉନି ମୁଁ ଖୋଜି ଖୋଜି ।

ମୋ ହୃଦୟର ସାଧା କାଗଜରେ

ତୋ'ପ୍ରଥମ ହସ୍ତାକ୍ଷର

ବଞ୍ଚିଥିବା ଯାଏ ସାଇତି ରଖିବି

ସାଜି ନିଜେ ବାଲିଘର ।

ବାଲିରେ ଗଢିବି ତୋର ପ୍ରତିରୂପ

ମୋ ଆଖି ଲୁହ ମିଶେଇ

ତା'ସହ ନିତି କଥା ହେଉଥିବି

ଜଳିବା ଯାଏ ମୋ ଜୁଇ ।


Rate this content
Log in

Similar oriya poem from Tragedy