STORYMIRROR

Snigdha Nayak

Romance

4  

Snigdha Nayak

Romance

ଅତୁଟ ବନ୍ଧନ

ଅତୁଟ ବନ୍ଧନ

1 min
469

ପଥ ବି ଥିଲା ଭିନ୍ନ

ଲକ୍ଷ୍ୟସ୍ଥଳି ବି ଭିନ୍ନ

ଗୋଟିଏ ଗିରିର ଦୁଇ ବିପରୀତ ଦିଗେ

ଝରା ଦି'ନିର୍ଝରିଣୀ ।।


ଚାଲିଥିଲେ ନିଜ ପଥେ

ଚଲାପଥେ ଚାଲୁ ଚାଲୁ

ପଥ ହେଲେ ଛନ୍ଦା ଛନ୍ଦି

ନବ ଏକ ପ୍ରୀତିଗୀତିରେ ହେଲେ ଦୁହେଁ ବାନ୍ଧି ।।


ଗୋଟିଏ ହୃଦୟ ର କିଛି କଥା

ଅନ୍ୟ ହୃଦୟ ର କିଛି ବ୍ୟଥା

ନେଇ ଲେଖିଲେ ନବ ଏକ ଗୀତି

ସେ ଗୀତିରେ ହୋଇ ବାନ୍ଧି

ଜନମିଲା ଏକ ଅତୁଟ ପ୍ରୀତି ।।


କୂଳ ଲଙ୍ଘି ହେଲେ ଦୁହେଁ ଏକ

ସାଗର ସଂଗେ ହେଲା ସେବେ ଭେଟ

ସୁଖ ସଂସାରର କରିଥିବା କଳନା

ହୋଇ ରହିଗଲା ସବୁ ଛଳନା

କଲା ସେ ବିଶ୍ଵାସଘାତକତା

ହରାଇଲେ ଦୁହେଁ ନିଜ ସତ୍ତା ।।


ସାଜିଲା ସାଗର ବାଇରୀ

ଦେଖାଇଦେଲା ଯେ ତା'କାରିଗରୀ

ଟାଣି ପାଚେରୀ କଲା ଫୁଙ୍କାର

ପ୍ରତି ମୁହୂର୍ତ୍ତେ ନେଇ ଫିଙ୍ଗେ କରି ଜୁଆର

ତଥାପି ଦୁହେଁ ନିଆରା ଏକ ବନ୍ଧନରେ

ବାଇରୀର ବିନାଶକାରୀ ଗର୍ଜନ ଆଢ଼ୁଆଳରେ ।।


ଚିରସ୍ତ।ଇ ବାଇରୀର ପାଚେରୀଟି

ଋତୁଚକ୍ର ପରି ଛନ୍ଦି ହୋଇଛି

କେବେ ସମୀପ ତ କେବେ ଦୂର କରିଚାଲିଛି

ପ୍ରୀତିଝରା ଶାନ୍ତ ମଧୁଭରା କୁଳୁକୁଳୁ ନାଦରେ

ହଜାଇ ସ୍ଥିତି ବି କରିଚାଲିଛନ୍ତି ପ୍ରେମର ରଚନା

ଶୁଭେ ଆଜି ବି ଅତୁଟ ବନ୍ଧନ ର ଏକ ମଧୁର ମୁର୍ଛନା

ବିନାଶକାରୀର ଗର୍ଜନ ଆଢ଼ୁଆଳରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance