ଅତୀତ
ଅତୀତ
ଅତୀତ କୁ ମୋର ଭସେଇଦେଇଛି
ସ୍ମୃତି ସ୍ରୋତ ଜଳ ଧାରେ
ଫେରିବନି କେବେ ସେ ଅଭୁଲା ସ୍ମୃତି
ଅହରହ ମନ ଝୁରେ !
ମିଛ ରାଗରୁଷା ଓ ସ୍ନେହ ମମତା
କରାଳେ ଯାଇଛି ବିତି
ଖଟା ମିଠା ସେଇ ସ୍ମୃତି ର ଟୁକୁଡ଼ା
ମନରେ ଅଛି ସାଇତି !
କାଲି ପରି ଲାଗେ ସେହି ପିଲାଦିନ
ଗାଆଁ ଦାଣ୍ଡ ଧୂଳି ଖେଳ
ନାଚି ଉଠେ ସଦା ଆଖି ଆଇନାରେ
ଭାଇ ଭଉଣୀ ଓ ସାଙ୍ଗ ମେଳ ।
ସମୟର ସୁଅ ଭସେଇ ନେଇଛି
ଅଭୁଲା ମୋ ଦିନ ଯେତେ
ସ୍ମୃତି ର ମଳୟ ସ୍ପର୍ଶ ଦେଇଯାଏ
ଝୁରି ହଉଚି ମୁଁ କେତେ !
