ଅସୁରକ୍ଷିତ ପରୀ
ଅସୁରକ୍ଷିତ ପରୀ


ମାଁ କୁଲେ ଜନମ୍ ନେଇଥିସି
ସରଗର ପରୀ,
ପରିବାରକେ ଉକିଆ କରିଥିସି
ମୁହେଁ ହସି ଭରି l
କେତେ ଲାଡେ, ଗେଲେ ବଡ୍ ହେଇଥିସି
ପରିବାରର ହାତ୍ ଧରି,
ସବକର୍ ମନ୍' କେ ଘିନିନେସି
ପେରେମ୍ ଆଦର କରି ।
ମଲୀଫୁଲ୍ ଲେଖେ ମହକୁ ଥିସି
ସେ ସୁନ୍ଦରୀ ପରୀ,
ନାଇଁ ଜାନି ପାରସି ଉଛୁଳା ବୟସ
ଦେବା କାଳ କରି ।
କେତେ ସପନ୍ ଦେଖିଥିସି ସୁନ୍ଦରୀ ପରୀ
ସବୁ ହେସି ଚୁନା ,
ମୁନୁଷ୍ ବେଶେ ବୁଲୁଛନ୍ ରାକ୍ଷ୍ୟାସ
ଜଗି ବସିଥିସନ୍ ଛିନା ।
ଏକେଲା ଦେଖିଦେଲେ ଟୁକେଲ କେନୁ
ନାଇଁ ପାରତ୍ ଦମ୍ ଧରି ,
ଦିହର୍ ବାସ୍ନା ଟିକେର୍ ଲାଗି
ଜୀବନ୍ ଦେସନ୍ ସାରି ।
ନାଇଁ ବୁଝି ପାରବାର ମୁନୁଷ୍ ରାକ୍ଷ୍ୟାସ
ପରୀର୍ ଇଜତ୍ ଦେସନ୍ ସାରି,
ସେ ବି କାହାର୍ ଭାଇର୍ ବହେନ୍ ହେଇଥିବା
ସବୁ ଦେଉଥିସନ୍ ପାସିରି ।
ଭାରତ ଦେଶେ ଜନମ୍ ହେବାର୍ ଟା
ଲାଗସି ବଡା ଡର୍,
ଅସୁରକ୍ଷିତ ରହେସନ୍ ଇନୁ ପରୀ
ସ୍ବାଧିନ୍ ଲାଗୁଛେ ପର୍ ।
କେତେ ବରଷ୍ ହେଲେ ସ୍ବାଧିନ ହେବା
ଭାରତ ଦେଶର୍ ନାରୀ,
ସ୍ବାଧିନତା ବାନା ଉଡାଲେ କାଏଁ ହେବା
ବଲତ୍କାର ହେଉଛେ ପରୀ ?