ଅସୁରକ୍ଷିତ ପରୀ
ଅସୁରକ୍ଷିତ ପରୀ


ପରୀଟିଏ, ମୁଁ ପରୀଟିଏ
ମାଆର ପଣତ ଛୋଟ ହୁଏ ବୋଲି
ଅଳିଆ ଗଦାରେ ସ୍ଥାନ ନିଏ ।
ପରୀଟିଏ, ମୁଁ ପରୀଟିଏ
ମୋ ଚାଲିଠାରୁ ହସ ଦିଶଇ ନୀରସ
ଆକଟ ରଜ୍ଜୁରେ ବନ୍ଧାହୁଏ ।
ପରୀଟିଏ, ମୁଁ ପରୀଟିଏ
ନର ରାକ୍ଷସଙ୍କ ଲୋଲୁପ ଦୄଷ୍ଟିରେ
କାଳେ କାଳେ ବଳି ପଡିଥାଏ ।
ପରୀଟିଏ, ମୁଁ ପରୀଟିଏ
ପୁଅ ସମ ଜମା ମିଳେନି ସୁବିଧା
ନୀରବରେ ଅଭିଯୋଗ ଥାଏ ।
ପରୀଟିଏ, ମୁଁ ପରୀଟିଏ
ପରିବାରକୁ ମୋ ସମ୍ମାନ ଦେଖାଇ
ଅଜଣା ଲୋକର ସାଥୀ ହୁଏ ।
ପରୀଟିଏ, ମୁଁ ପରୀଟିଏ
ମଣିଷଟେ ହୋଇ ପଣ୍ୟଦ୍ରବ୍ୟ ସମ
ବିବାହ ବେଦୀରେ ଦାନ ହୁଏ ।
ପରୀଟିଏ, ମୁଁ ପରୀଟିଏ
ସଭିଙ୍କୁ ମୁଖରେ ହସ ଦେବାପାଇଁ
ଖଣ୍ଡାଧାରେ ସଦା ଚାଲୁଥାଏ ।
ପରୀଟିଏ, ମୁଁ ପରୀଟିଏ
ହସ ଆବରଣେ ନିଜକୁ ସଜାଇ
ଅନ୍ତରରେ ନିଜ ଲୁହ ପିଏ ।
ପରୀଟିଏ, ମୁଁ ପରୀଟିଏ
ଆପଣା ଉଦରୁ ପରୀ ହେଲେ ଜାତ
କୁଳବୁଡା ପାଇଁ ଦାୟୀ ହୁଏ ।
ପରୀଟିଏ, ମୁଁ ପରୀଟିଏ
ଏନ୍ତୁଡିରୁ ଯୁଇ ଯନ୍ତ୍ରଣାର ନଈ
କେଉଁ କାଳେ ସୁରକ୍ଷିତ ନୁହେଁ ।