ଅଶ୍ରୁଳ ବିଦାୟ
ଅଶ୍ରୁଳ ବିଦାୟ
ଯଦୁ ପାର୍ବତୀଙ୍କ କନିଷ୍ଠା ଦୁହିତା
ବନୀତା ସୁକନ୍ୟା ବାଳୀ
ଅକାଳେ ବାହୁଡି ଗଲା ସୁନାମଣି
ହୃଦୟ ଯାଉଛି ଫାଟି ॥
ହାୟରେ ଦଇବ କେତେତୁ ନିଷ୍ଠୁର
ବନୀକୁ ଛଡ଼େଇ ନେଲୁ
ମାତା ଗର୍ଭଧାରୀ କାନ୍ଦୁଛି ବାହୁନି
ସପନ ହଜେଇ ଦେଲୁ ॥
ମେଧାବୀ ଶିକ୍ଷାର୍ଥୀ ବନୀତା ଦୁଲଣୀ
ଶିକ୍ଷାର ମଉଡମଣି
ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣସେ ହୁଏ
ଦଶମ ଠୁ ପିଜି ଶ୍ରେଣୀ ॥
ଶିରୀଷପାଳର ଗରବ ଗୌରବ
ପ୍ରଥମ ସ୍ନାତ୍ତକୋତ୍ତର
ଶିକ୍ଷାର ସମୃଦ୍ଧି ସାଜିଲା ସମାଧି
ନୟନୁ ଝରୁଛି ନୀର ॥
ଅତିହ୍ଯ ସମ୍ପନ୍ନ ବିଶ୍ଵବିଦ୍ୟାଳୟ
ରମାଦେବୀ ରେଭେନ୍ସା
ବନିତା ଦୁଲଣି ଥିଲା ତା'ର ଛାତ୍ରୀ
ମନେ ରହିବ ଏଗାଥା !!
ଯୌବନେ ବାହୁଡି ଗଲୁ ଧନମଣି
ଭିଜିଲା ପଣତ କାନି ;
କେମିତି ସହିବ ଗର୍ଭଧାରୀ ମାତ
ଭୂଇଁରେ ପଡୁଛି ଲୋଟି ॥
କୋଳ ପୋଛା ଝିଅ ଦେଇଗଲା ଲୁହ
ଝୁରିଝୁରି ଦିନସରେ ;
ଆଉକେ ଡାକିବ ମାଆ ବୋଲି ପଦେ
ବନିତାର କଣ୍ଠସ୍ଵରେ ॥
ଫୁଲମଣି ଶାନ୍ତି ତୋ'ବେନି ଭଗିନୀ
ବାହୁନି କାନ୍ଦନ୍ତି ଆଜି ;
କେଣେ ଗଲୁ ଗେହ୍ଲୀ ସ୍ନେହର ଦୁଲଣି
ଆମକୁତୁ ଛାଡି ମୂର୍ଚ୍ଛି !!
କେନ୍ଦୁଝର ଜିଲ୍ଲା ଶୀରୀଷପାଳ ଗ୍ରାମ
ଝୁରୁଛି ବନିକୁ ଆଜି ;
ହରେଇ ଦେଇଛି ସୁଯୋଗ୍ୟା ସୁକନ୍ୟା
ଆଉକି ପାଇବ ଖୋଜି ॥
