ଅର୍ଦ୍ଧାଙ୍ଗିନୀ
ଅର୍ଦ୍ଧାଙ୍ଗିନୀ
ସୁରମ୍ୟ ମହଲେ ଅର୍ଦ୍ଧାଙ୍ଗିନୀ ହସେ
ପ୍ରେମ ପରଶରେ ଭିଜି ,
ଆହାକି ସଂଯୋଗ ବିଧିବ୍ୟବସ୍ଥାର
ସଂସାର ବିଭବ ରାଜି ॥
ପ୍ରଥା ପରମ୍ପରା ସମ୍ପର୍କ ନିଆରା
ପ୍ରୀତି ବନ୍ଧନର ଛବି ,
ଦୁଇ ହୃଦୟର ଅପୂର୍ବ ମିଳନ
କରିଛି ବିଧାତା ଭାବି ॥
ସୁଖେଦୁଃଖେ ସାଥୀ ଅଜାଡେ଼ ପୀରତି
ସମର୍ପଣେ ବିତେ ରାତି ,
ଆହାକି ତା'ତ୍ୟାଗ ପ୍ରାପ୍ୟ ହୁଏ ଭୋଗ
ଅଭୁଲାଏ ପ୍ରେମ ପ୍ରୀତି ॥
ଆଶା ଭରସାର ସିଏ ସୁତ୍ରଧାର
ଦୁଃଖକୁ ମଣଇ ସୁଖ ,
ସଂକଟେ ବିକଳ୍ପ ଦେଖାଏ ସେ' ମାର୍ଗ
ଅପସରି ଯାଏ ଦୁଃଖ ॥
ଧନଧାନ୍ଯେ ଲକ୍ଷ୍ମୀ ସତେ ବାଗ୍ଦେଦେବୀ
ଅଳଙ୍କାରେ ପରିପୁର୍ଣ୍ଣା ,
ସମୃଦ୍ଧିର ଛବି ନିରଳସେ ଆଙ୍କି
ସାଜେ ପୁଣି ସ୍ଵୟଂପୂର୍ଣ୍ଣା ॥
ନୀଡର ଶାବକ ତା' କୃତି ସନ୍ତକ
ସର୍ବ ଶ୍ରେଷ୍ଠ ସମର୍ପଣ ,
ହସେଏ ସଂସାର ସ୍ଵର୍ଣ୍ଣିମ ମନ୍ଦିର
ସବୁତ ଅସୁଜା ଋଣ ॥
ପ୍ରୀତି ସୁହାଗିନୀ ମନର ମାନିନୀ
ସାତ ଜନମର ସାଥୀ ,
ଭକତି ପୀରତି ବ୍ରତଉପଚାରି
ସାଜେ ପରା ଧର୍ମ ପତ୍ନୀ ॥
ଦୁଇ ଦେହ ସିନା ଗୋଟିତ ଆତ୍ମା
ସେଥିପାଇଁ ଅର୍ଦ୍ଧାଙ୍ଗିନୀ ,
ଯଦି କେହି ଜଣେ ଆଘାତେ ବିପଦେ
ଅନ୍ୟ ଜଣେ ପାରେ ଜାଣି ॥
ପ୍ରିୟା ଅର୍ଦ୍ଧାଙ୍ଗିନୀ ସ୍ନେହଁର ରଙ୍କୁଣୀ
କବିତାଟି ଉପହାର ,
ସ୍ନେହଁର ସୌହାର୍ଦ୍ଧ୍ୟ ସମର୍ପଣ ମୋର
ତୁମେ ମୋ' ଲେଖନୀ ଧାର ॥
ସଦାନନ୍ଦ ସାହୁ ,
ଧୁରୁଷିଆ , ଆଠଗଡ଼ , କଟକ