STORYMIRROR

Yudhisthir Khamari

Thriller

3  

Yudhisthir Khamari

Thriller

ଅପମାନ

ଅପମାନ

1 min
478

ସୁପ୍ତକୁ ଜାଗ୍ରତ କରିବାରେ

ଜଡକୁ ଚେତନରେ ପରିଣତ କରିବା ପାଇଁ

ଯେଉଁ କାରକଟିଏ ଲୋଡା 

ସିଏ ଅପମାନ ହେଇପାରେ

ମୁର୍ଖ କାଳିଦାସରୁ ମହାପଣ୍ଡିତ ହେବାରେ

ସ୍ତ୍ରୀଙ୍କ ଅପମାନ ହିଁ କାମ କରିଥିଲା ଓଷଧ ଭଳି

ସୁପ୍ତ ଜ୍ଞାନକୁ ବିକଶିତ କରାଇବାର ଖୋରାକ ଯୋଗାଇଲା

ସୃଷ୍ଟି ହେଲା ମେଘଦୂତ ଭଳି ମହାକାବ୍ୟ

ସେଇ ଅପମାନ କେବ ପୁଣି ସୃଷ୍ଟି କରିପାରେ

ଧ୍ୱଂସଲୀଳା ଏକ ତାଣ୍ଡବର ସୃଜନ

ପାଣ୍ଡବମାନଙ୍କ ପ୍ରତି କୈ।ରବଙ୍କ ଅପମାନ ହିଁ

ସୃଷ୍ଟି କରିଥିଲା ମହାଭାରତ

ରକ୍ତର ସୁଅ ଛୁଟିଥିଲା ଅପମାନର 

ପ୍ରତିଶୋଧର ‌ଅଗ୍ନିରେ ଜଳି ଜଳି

ନାରୀଟିକୁ ବିବସନା କରି ଅପମାନ କରିବାର

ପରିଣାମ ହିଁ ଜାତ କରିଥିଲା କ୍ରୋଧ ଆଉ ପ୍ରତିଶୋଧ

ଆଉ କେବେ ମଣିଷ ଅପମାନ ଭୟରେ

ସଜାଡି ନିଏ ନିଜକୁ

ରୋକ୍ ଲଗାଏ ଅନେକ କୁକର୍ମ ଠାରୁ ନିଜେ ଏକ ଅଗ୍ନି ପିଣ୍ଡୁଳା

 କେତେବେଳେ ରଚିପାରେ ଧ୍ୱଂସର ତାଣ୍ଡବଲୀଳା

 ତ ଆଉ କେତେବେଳେ ସୃଷ୍ଟିର ନୂତନ ସୃଜନ

ନିର୍ଭର କେବଳ ସ୍ଥାନ କାଳ ଓ ପାତ୍ର ଉପରେ

ଏମିତି ଏକ ଶବ୍ଦ ଯହା କେବେ ‌କାହାକୁ

ସାଧାରଣରରୁ ମହାନ୍ ତ କେବେ

ମହାନରୁ ସାଧାରଣ ଅବସ୍ଥାକୁ ଆଣି ଆସେ ।

ମାନ ଅବକ୍ଷୟେ ଅପମାନ ଜାତ ସିନା

 ନିଜକୁ ପ୍ରସ୍ତୁତ କରି ଦକ୍ଷତା ବୃଦ୍ଧି ହିଁ

 ଅପମାନର ବିଲୁପ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller