ଅପମାନ
ଅପମାନ
କହିଥାଏ କିଏ ଗଳାକୁ ଫଟାଇ
ଉଚ୍ଚଵାଚ୍ଚ ଗାଳିମନ୍ଦେ
ସହେ କିଏ ବ୍ୟଥା ହୃଦୟ ଅନ୍ତରେ
ଅପମାନେ ଜରଜରେ ।
ପ୍ରକାଶ ହୁଏନା ବାହାରକୁ ଜମା
ଅନ୍ତର ଦୁଖ ବେଦନା
ମାନ ଅଭିମାନ ଦୁଖ ଅପମାନ
ଦିଅଇ ବଡ଼ ଯନ୍ତ୍ରଣା ।
କ୍ରୋଧ ବଶୀଭୂତ ଦୁର୍ଜନ ମଣିଷ
ଉଲ୍ଲଙ୍ଘଇ ଶାଳୀନତା
ଆଘାତ ଦିଅଇ ଶରୀର ମନକୁ
ମାଡ଼ ମାରି ଦିଏ ବ୍ୟଥା ।
ଦୁର୍ବଳ ଉପରେ ସବଳ କରଇ
ପାଶବିକ ଅତ୍ୟାଚାର
ଭୟ ପ୍ରଦର୍ଶନେ ଆପଣା ସ୍ୱାର୍ଥକୁ
କରଇ ବଳେ ହାସଲ ।
ପୀଡ଼ିତ ଦୁଃଖିତ ନିରୀହ ମଣିଷ
ସହିଯାଏ ଅପମାନ
କଦବା କେମିତି ବିଳମ୍ବରେ ନ୍ୟାୟ
ମିଳିଥାଏ ଆଶ୍ୱାସନ ।
ସମାଜ ବ୍ୟବସ୍ଥା ଆଇନ ଶୃଙ୍ଖଳା
ହୋଇଲେ ସୁବ୍ୟବସ୍ଥିତ
ସମୁଚିତ ନ୍ୟାୟ ତ୍ୱରିତ ଭାବରେ
ପାଇବ ଅପମାନିତ ।
-----