ଅଫୁଟା ଫୁଲ
ଅଫୁଟା ଫୁଲ
ହସି ହସି ଗଡିଯାଏ
କୁନି କୁନି ହାତ ଦୁଇଟି ହଲାଇ
ଆଖି ଯୋଡିକ ମିଟି ମିଟିକା
ଗପିଯାଏ ଅନେକ ଗପ
ଠିକ ବୁଢ଼ୀ ମାଉସୀ ପରି !
ହସରେ ତାର ଅଗଣା ହସେ
କଥାରେ ତାର ଘର ବାସେ
ବାପାଙ୍କ ପରୀ ସେ
ମା'ର ପଣତରେ ପୁରି ଉଠେ
ଅଗଣାର ସେ ଅଫୁଟା ଫୁଲଟିଏ
ତାରି ସୁନ୍ଦରତା ରେ ସଂସାର ବଗିଚା
ସୁବର୍ଣ୍ଣ ଦିଶେ
ଏକଲା ମୁହୂର୍ତ୍ତ ଦେଖି କିଛି ରାକ୍ଷସଙ୍କ
ପଡିଲା ନଜର
ରାକ୍ଷସଙ୍କର ଦିନେ ସେ ହୁଏ ଶୀକାର
ଲୋଲୁପ ଦୃଷ୍ଟି କଲା ତାର ସଂହାର
ଏକଲା ଦେଖି ଥିଲା ତାର ଆକ୍ରମଣ
ବିଚାରୀ କୁନି ପରୀ ଲଢ଼ି ଲଢ଼ି ଥକି ଗଲା
ଲୁହ ସବୁ ରକ୍ତ ହୋଇ ଭାସିଲା
ବଗିଚାର ଅଫୁଟା ଫୁଲ ଟି ଝଡ଼ିଗଲା
ବାପା, ମା' ଙ୍କ ସଂସାର ଲୁହ ସାଗରରେ ଭାସିଗଲା !
ଉଠ ଉଠ ହେ ଜଗତବାସୀ
ଏପରି ନର୍କଗାମୀ ରାକ୍ଷସଙ୍କ କର ପତନ !